Home ଜିଲ୍ଲା ପରିକ୍ରମା ଖେଲୋ ଇଣ୍ଡିଆ ଡାଇଲଗ୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

ଖେଲୋ ଇଣ୍ଡିଆ ଡାଇଲଗ୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

8

ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଆସନ୍ତାକାଲି ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଖେଲୋ ଇଣ୍ଡିଆ ଡାଇଲଗ୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ ସୂଚନା ଦେଇ କହିଛନ୍ତି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ରୀଡା ଦିବସରେ ସିଧାସଳଖ ବିଦ୍ୟାର୍ଥୀ ଙ୍କ ସହ ଭାବ ବିନିମୟ କରିବେ। ଏଥିରେ ଅଲମ୍ପିକ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ଯୁବକଙ୍କୁ ସଶକ୍ତି କରି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେବେ। ତେଣୁ ଆସନ୍ତାକାଲି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ରେ ୨୦୦ ଛାତ୍ର ଛାତ୍ରୀ ଯୋଗ ଦେଇ ଭାଗ ନେବେ ବୋଲି ମହାବିଦ୍ୟାଳୟ ଅଧକ୍ଷ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହାବିଦ୍ୟାଳୟର ରସାୟନ ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀକାନ୍ତ ନାୟକ, ରାଜନୀତି ବିଜ୍ଞାନ ମୁଖ୍ୟ ଡ. ସୁଦର୍ଶନ ଦାସ, ଉଦ୍ଭିଦ ବିଜ୍ଞାନ ମୁଖ୍ୟ ସ୍ୱପ୍ନା ସୋନାଲିକା ଜେନା ପ୍ରମୁଖ ବିଭିନ୍ନ ବିଭାଗର ଅଧ୍ୟାପକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.