Home ଜିଲ୍ଲା ପରିକ୍ରମା ରାସ୍ତା ମଝିରେ ଅସଦାଚରଣ ଅଭିଯୋଗ

ରାସ୍ତା ମଝିରେ ଅସଦାଚରଣ ଅଭିଯୋଗ

11

ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଂଚାୟତ ପଳିକିରି ଗ୍ରାମର ଜଣେ ଯୁବତୀଙ୍କ ସହିତ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।ଧାମନଗର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଦୁଇ ଦିନ ତଳେ ପଳିକିରି ଗ୍ରାମର ପ୍ରୀତିପ୍ରଭା ଜେନା(୨୦) ତାଙ୍କ ଭାଇ ପ୍ରେମ ଶେଖର ଜେନାଙ୍କ ସହିତ ଏକ ବାଇକରେ କଲେଜରୁ ଘରକୁ ଫେରୁଥିଲେ।ପଳିକିରି ଅଂଚଳର ପାଗଳ ମାଝୀ(୨୭)ନାମକ ଜଣେ ଯୁବକ ତାଙ୍କୁ ରାସ୍ତାରେ ଅଟକାଇବା ସହ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଗାଳିଗୁଲଜ କରିଥିଲେ।ଅଭିଯୁକ୍ତ ପାଗଳ ତାଙ୍କୁ ରାସ୍ତାରୁ ଉଠାଇ ନେବାକୁ ଧମକ ଦେଇଥିଲେ।ନିକଟରେ ଥିବା ସୁବାସିନୀ ଜେନା ଘଟଣାର ପ୍ରତିବାଦ କରିବାରୁ ପାଗଳ ମାଝୀ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ଏବଂ ଏକ ମଟର ସାଇକେଲରେ ଉଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲେ।ଯେଉଁଥିରେ ସୁବାସିନୀ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି।ଏନେଇ ଧାମନଗର ଥାନାରେ କେସ ନଂ-୩୫୭/୨୬ରୁଜୁ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.