Home ଜିଲ୍ଲା ପରିକ୍ରମା ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ,ସହର ପରିକ୍ରମା କଲା ୮୪ ଚିତାକର୍ଷକ “ଜୁଲୁସ”...

ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ,ସହର ପରିକ୍ରମା କଲା ୮୪ ଚିତାକର୍ଷକ “ଜୁଲୁସ” ଓ “କାଫେଲା”

13

ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଇସଲାମ ଧର୍ମର ପ୍ରବର୍ତକ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜନ୍ମଜୟନ୍ତୀ (ଜଶ୍ନ-ଏ-ଈଦ ମିଲାଦୁନ୍ ନବୀ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ସମଗ୍ର ଭଦ୍ରକ ସହର ଉତ୍ସବ ମୁଖର ହୋଇ ଉଠିଥିଲା । ପୁରୁଣା ବଜାର ସ୍ଥିତ ଚୌଖଣ୍ଡିରୁ ସନ୍ଧ୍ୟା ୬ ଘଟିକା ରୁ ଶୁଭାରମ୍ଭ ହୋଇଥିଲା । ଏହି ଉତ୍ସବକୁ ଭଦ୍ରକ ମୁସଲିମ ଜମାତ ର ଉପ-ସଭାପତି ମହମ୍ମଦ ଜକାଉଲ୍ଲା ଙ୍କ ପୌରହିତରେ ଆରମ୍ଭ ହୋଇଥିଲା, ଏବଂ ମୁସଲିମ ଜମାତ ସାଧାରଣ ସମ୍ପାଦକ ହାଜି ଇନାମ ମହମ୍ମଦ , ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ , ଭଦ୍ରକ ଏସପି ମନୋଜ କୁମାର ରାଉତ, ଅଂଶୁମାନ ଦ୍ୱିବେଦୀ , ଯୁବ ନେତା ଅସିତ ପଟ୍ଟନାୟକ, ନଳିନୀ ମହାନ୍ତି, ସୁଧାକର ରାଉତ, ହରି ନନ୍ଦୀ, ସମାଜସେବୀ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଓ ଏଥିରେ ମୁସଲିମ ଜମାତ ର କାର୍ଯ୍ୟନିର୍ବାହି ସଦସ୍ୟ ଜମିଲ ଅଖତର ଖାନ, ଇଂ ରେଜାଏ ରସୁଲ, ଅସରଫ ଅଲି ଖାନ, କୋଷାଧ୍ୟକ ମିର୍ଜା ଏକ୍ରାମ ବେଗ ଓ ଶେଖ ବୁକଲାମ , ଇଂ ମୁଖତାର ଅହେମଦ ରସିଦ,ହାଜି ଅବୁ ହୋସେନ , ନସିରୁଦ୍ଦିନ ଖାନ, ହାଜି ଲୋକା ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ । ୮୪ ଟି ସୁସଜ୍ଜିତ ଚିତାକର୍ଷକ “ଜୁଲୁସ” ଓ “କାଫେଲା” ଚୌଖଣ୍ଡି ରୁ ବାହାରି ପୁରୁଣାବଜାର, ଲାହାପଟ୍ଟି, ପାଟଣାସାହି, ନଙ୍ଗାମହଲ୍ଲା, ହଜାରୀନଗର, କଚେରୀ ବଜାର, ନୂଆ ବଜାର, କଦମବେଢ଼ା, ଶଙ୍କରପୁର ଓ ହେଲାସାହି ଛକ ଦେଇ ସହର ପରିକ୍ରମା କରି ମଦିନା ମଇଦାନଠାରେ ପହଂଚିଥିଲା ଓ ବିଶେଷକରି “କାଫେଲା”ରେ ଛୋଟ ଛୋଟ ଶିଶୁମାନଙ୍କ ଗୋଟିଏ ପ୍ରକାର ପୋଷାକରେ ଓ ଜୁଲୁସ (ମେଢ଼) କୁ ଅନୁଭବ କାରିଗରମାନଙ୍କ ତିଆରି ଶୋଭାଯାତ୍ରା ଓ ବେଶ ଆକର୍ଷଣୀୟ ହୋଇଥିଲା । ଭଦ୍ରକ ଏକ ଭାଇଚାରା ସହର । ଏହି ସହରରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଏକ ହୋଇ ପର୍ବପର୍ବାଣି ପାଳନ କରିଥାନ୍ତି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ “ଜୁଲୁସ ଓ କାଫେଲା” ସହର ପରିକ୍ରମା କରିବା ସମୟରେ ପ୍ରତ୍ୟେକ ଛକ ଛକରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସରବତ, ପ୍ରସାଦ, ମିଷ୍ଟାନ ଓ ବିଭିନ୍ନ ପ୍ରକାରର ଉପହାର ବଂଟନ କରାଯାଇଥିଲା । ସହର ପରିକ୍ରମା ସ୍ଥାନରେ ସାମିୟାନ କମିଟି, ଅଲ ଅକ୍ସା କମିଟି, ବାବା କେ ପଠାନ କମିଟି, ହେଲାସାହି ଓ ମୁଲ୍ଲା ସାହି ଯୁବକ ସଙ୍ଘ କମିଟି ତରଫରୁ ଆକର୍ଷଣୀୟ ଗେଟ୍ ଓ ରଙ୍ଗ ବେରଙ୍ଗର ଆଲୋକ ସଜା ଯାଇଥିଲା । ମଦିନା ମଇଦାନରେ ରାତ୍ରି ୯ ଘଟିକା ସମୟରେ କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଏକ ଧର୍ମସଭା ଚାଲୁ ରହିଛି । ଏହି ଧର୍ମସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମୌଲାନା (ପଣ୍ଡିତ), ସାଏର (କବି) ଯୋଗଦାନ କରି ହଜରତ ପ୍ରଫେଟଙ୍କ ତ୍ୟାଗପୂତ୍ର ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖି ଆଲୋକପାତ କରିଥିଲେ । ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ସଭାରେ ମୁସଲିମ ଜମାତର ହାଜୀ ଅବୁ ସୁଫିୟାନ, ଇଂ ହବିବୁଲ୍ଲା ଖାନ, ଅଖତର ଅଲି ଖାନ, ମିଡିଆ ସେଲ ସଂଯୋଜକ ଶେଖ ଅନୱର(ବାବୁ), ଶେଖ ଇମତୀୟାଜ , ଶେଖ ହବିବୁଲ୍ଲା, ଜାୱେଦ ଅଖତର, ହଇଦର ଖାନ, ହାଜି ହଫିଜୁର ରହେମାନ, ହାଜୀ ସଇଦ ସାହା, ହାଜୀ କୟୁମ ସାହା, ଲୋକମାନ ଖାଁ ଓ ଅନୱର କୋରେଶି ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ସହିତ ଧର୍ମସଭାରେ ପରିଚାଳନା କରିଥିଲେ ।ଏହି ଶୋଭାଯାତ୍ରାରେ ୩୧ ପ୍ଲାଟୁନ ଫୋର୍ସ, ୯ ଡ଼ିଏସପି, ୩ ଏଏସପି ଓ ୪୦ ଜଣ ପୋଲିସ ଫୋର୍ସ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.