Home ଜିଲ୍ଲା ପରିକ୍ରମା ଧାମନଗରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ପାଳିତ,ଜୁଲୁସ ଶୋଭାଯାତ୍ରାରେ ଝଲସିଲା ଧାମନଗର

ଧାମନଗରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ପାଳିତ,ଜୁଲୁସ ଶୋଭାଯାତ୍ରାରେ ଝଲସିଲା ଧାମନଗର

8

ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ରେ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜନ୍ମ ଦିବସ ଯସନ ଏ ଇଦ୍ ମିଲାଦୁନନବୀ ମହାଆଡମ୍ବରରେ ପାଳନ କରାଯାଇଛି। ମୁସଲମାନ ଭାଇ ମାନେ ଉତ୍ସାହର ସହ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉତ୍ସବକୁ ଧୁମଧାମରେ ପାଳନ କରିଥିଲେ।ମଙ୍ଗଳବାର ଅପରାହ୍ନରେ ଧାମନଗର ସହରର ରେ ବିଭିନ୍ନ ବସ୍ତି ରୁ ୩୪ ଟି ଜୁଲୁସ ଓ କାଫେଲା ମାନ ବାହାରି ଖାନକା ସରିଫ ପରିସରକୁ ଯାଇଥିଲା।ସେଠାରେ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତ ଙ୍କୁ ଦର୍ଶନ କରିବା ପରେ ସନ୍ଧ୍ୟା ଆଠଟାରେ ସମସ୍ତ ଜୁଲୁସ ଓ କାଫେଲା ଏକତ୍ରୀତ ହୋଇ ପର୍ଯ୍ୟାୟ କ୍ରମେ ବିଶାଳ ଶୋଭାଯାତ୍ରାରେ ବାହାରିଥିଲା।ରାସ୍ତାର ଦୁଇ ପାର୍ଶ୍ୱରେ ସୁଦୃଶ୍ୟ ପେଣ୍ଡାଲ ମାନ କରାଯାଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ଜୁଲୁସର ମୁରବି ମାନଙ୍କୁ ଉପହାରମାନ ପ୍ରଦାନ କରାଯାଇଥିଲା।ବିଳମ୍ବିତ ରାତିରେ ଜଗତି କଦମରସୁଲ ଠାରେ ସମସ୍ତ ଜୁଲୁସ ପହଂଚି ଥିଲା। ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଜୁଲୁସ ଗୁଡିକୁ ସ୍ୱାଗତ କରି ଥିଲେ।ଏହି କାର୍ଯ୍ୟକ୍ରମରେ ବିଜେଡି,ବିଜେପି,କଂଗ୍ରେସ ତରଫରୁ ପ୍ୟାଣ୍ଡଲ ମାନ କରାଯାଇ ଜୁଲୁସ ଗୁଡିକୁ ସ୍ୱାଗତ କରାଯାଇଥିଲା । ସାନବଯାର ଛକ ଠାରେ ସଦଭାବନା କମିଟି ପକ୍ଷରୁ ଭାଇଚାରା ରକ୍ଷା ପାଇଁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇ ଥିଲା ବରିଷ୍ଟ ନାଗରୀକ , ସମାଜ ସେବୀ ଓ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କମିଟି ର ସମ୍ପାଦକ ଏମ ଡି ହବିବୁର୍ ରହେମାନ, ବରିଷ୍ଟ ସଭ୍ୟ ଏ ୱାନ ଯଇନୁଲ ଆବେଦିନି, ମିର ଖୁରସିଦି, ସେକ ହାପି, ସେକ କଲୋ, ମୀର୍ ମଇଦିନି, ବାବୁନୁ ଭାଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏସଡିପିଓ ବିଷ୍ଣୁ ଚରଣ ବାରିକ ଓ ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ୱାବଧାନରେ ୨୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ଓ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଧାମନଗର ସହରକୁ କଢ଼ା ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି।ବିଭିନ୍ନ ଥାନାରୁ ଆସିଥିବା ପୋଲିସ ଅଧିକାରୀ ମାନେ ଟ୍ରାଫିକ ନିୟନ୍ତ୍ରଣ କରିବାସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ସେହି ପରି ବୁଧବାର ଦିନ ଦୋବଲ ବଜାର ଠାରେ ତାଜିଆ ଶୋଭା ଯାତ୍ରା ରେ ବିଭିନ୍ନ ବସ୍ତି ରୁ ଜୁଲୁସ ଶୋଭାଯାତ୍ରା ବାହାରି ଥିଲା, ବସଷ୍ଟାଣ୍ଡ ସେମାନଙ୍କୁ ସ୍ୱାଗତ କରା ଯାଇଥିଲା ସରପଂଚ ପ୍ରତିନିଧି ସେକ ମୁସ୍ତାକ,ଜିଲ୍ଲାପରିଷଦ ପ୍ରତିନିଧି ପ୍ରତାପ ସାମଲ,ଧାମନଗର ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.