ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ବିଭିନ୍ନ ପଂଚାୟତରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ବଂଟନ କରାଯାଇଛି।ମଙ୍ଗଳବାର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଚାନ୍ଦବାଲି କଂଗ୍ରେସ ନେତା ଅମୀୟ ମହାପାତ୍ର,ବ୍ଲକ ସଭାପତି ସରୋଜ ଦାସ,ଚାନ୍ଦବାଲି ବ୍ଲକ ପୂର୍ବତନ ସଭାପତି ବୈଲୋଚନ ପଣ୍ଡା,କଂଗ୍ରେସ ନେତା ଉପେନ୍ଦ୍ର ବାରିକ,ବାଇଧର ନାୟକ, ଅରୁଣ ମହାନ୍ତି,ଶିବ ପ୍ରସାଦ ନାୟକ, ସୌମ୍ୟଗୋପାଳ ନାୟକ,ବିଭୂତି ଭୂଷଣ ପାତ୍ର, କୈଳାଶ ମାଝୀ,ସନ୍ତୋଷ ବିଶ୍ୱାଳ, ସଦାନନ୍ଦ ବାରିକ,ରତ୍ନାକର ବଳ ପ୍ରମୁଖ ବାରସର,ଗୋବିନ୍ଦପୁର,ସାହାପୁର ଓ ଡୌଲତପୁର ପଞ୍ଚାୟତର ୬ଶହ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ପ୍ୟାଜେଟ ଓ ୧୭୦ ଜଣ ବିପନ୍ନଙ୍କୁ ପଲିଥିନ ବଂଟନ କରିଥିବା ବେଳେ ବିପନ୍ନଙ୍କ ସମସ୍ୟା ପଚାରି ବୁଝିଥିଲେ। ଦୀର୍ଘଦିନ ହେବ ଗୋରୁ ଗାଈ ପାଣିଘେରରେରହି ଉପବାସରେ ରହିଛନ୍ତି। ସରକାର ଯେତିକି ଗୋଖାଦ୍ୟ ଦେଇଛନ୍ତି ସେତିକି ସେମାନଙ୍କୁ ହେଉନାହିଁ।ଅଧିକ ପରିମାଣରେ ଗୋଖାଦ୍ୟ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ପୂର୍ବତନ ସାଂସଦ ଶ୍ରୀ ସେଠୀ ବିପନ୍ନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।








