ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ଛାତ୍ର ଛାତ୍ରୀ ଗୋବିନ୍ଦପୁର ପଂଚାୟତର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି। ପଂଚାୟତର ଓରାଳିବିନ୍ଧା . ସାଲେପୁର ଓ କୁଆଁରଚତର ଗ୍ରାମରେ ପହଂଚି ବିପନ୍ନଙ୍କ ସମସ୍ୟା ବୁଝିବା ସହିତ ଛାତ୍ରଛାତ୍ରୀମାନେ ନିଜସ୍ୱ ଅର୍ଥରେ ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ରବିବାର ଛାତ୍ରଛାତ୍ରୀ, ଏନ ସି ସି , ସ୍କାଉଟ ଓ ରେଡକ୍ରସ ପିଲାମାନେ କେଳାସାହି ଛକରେ ପହଂଚିଥିଲେ। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ବ୍ଲକ ପ୍ରଶାସନ ସାହାଯ୍ୟରେ ଓଡ୍ରାଫଟିମ ସହାୟତାରେ ସାମଗ୍ରୀଗୁଡ଼ିକ ନେଇ ବନ୍ୟା ଅଂଚଳକୁ ଯାଇ ଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ଓ ଜଳ ଘେରରେ ରହିଥିବା ୨୦୦ରୁ ଅଧିକ ଲୋକଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ତରଫରୁ ଶୁଖିଲା ଖାଦ୍ୟ , ପାଣି ବିସ୍କୁଟ ଦିଆଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସମରେନ୍ଦ୍ରନାଥ ମିଶ୍ରଙ୍କ ନେତୃତ୍ୱରେ ହିମାନୀ ମଲ୍ଲିକ, ବନଜ୍ୟୋତ୍ସ୍ନା ପରିଡା, ଶ୍ରୀକାନ୍ତ ପାତ୍ର ଓ ପୁରାତନ ଛାତ୍ର ପ୍ରଭାତ ଜେନା ରିଲିଫ ବଂଟନ କରିଥିଲେ। ସ୍କୁଲର ପଂଚାନନ ଗୋଚ୍ଛାୟତ, ପ୍ରଫୁଲ୍ଲ ସାହୁ, ସୋନାଲି ମଲ୍ଲିକ, ତପସ୍ୱିନୀ ମଲ୍ଲିକ, ମନ୍ଦାକିନୀ ସାହୁ, ସ୍ୱପ୍ନା ମଲ୍ଲିକ, ଶଶିରେଖା ଶତପଥୀ, ଫିଲିପ ବେହେରା, ମାନସୀ ପ୍ରଧାନ, ସୂଚିକା ନାୟକ ଅନୁପମା ଗିରି ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବଂଟନ କାର୍ଯ୍ୟରେ ସହାୟତା କରିଥିଲେ ।








