Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀ ସାପ୍ତାହିକ ବେଦପାଠଶାଳା ଉଦ୍‌ଘାଟିତ

ମା’ ଭଦ୍ରକାଳୀ ସାପ୍ତାହିକ ବେଦପାଠଶାଳା ଉଦ୍‌ଘାଟିତ

7

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଭଦ୍ରକାଳୀ ପୀଠରେ ରିବିବାସରୀୟ ବେଦପାଠଶାଳା ଓଡ଼ିଶା ବ୍ରାହ୍ମଣ ମହାସଂଘ ଆନୁକୂଲ୍ୟରେ ଜିଲ୍ଲା ସଭାପତି ଆଚାର୍ଯ୍ୟ ଚିନ୍ମୟ ମହାରାଜଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ବିଶିଷ୍ଟ ସମାଜସେବା ଓ ମାତୃଭକ୍ତ ଅଶୋକ କୁମାର ପୁହାଣ ହିନ୍ଦୁଧର୍ମ ଓ ରାଷ୍ଟ୍ରର ସୁରକ୍ଷା ପାଇଁ ବ୍ରାହ୍ମଣମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଅବଦାନ ସଂପର୍କରେ ସ ୂଚନା ଦେଇ ବେଦପାଠଶାଳାର ପରିଚାଳନା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୃତି ଦେଇଥିଲା । କରମଳା ଆଶ୍ରମର ସ୍ୱାମିଜୀ ପୂଜ୍ୟ ନୀଳାମ୍ବର ଦାସ ମହାରାଜ ଉଦ୍‌ଘାଟନୀ ଭାଷଣରେ ହଜାରେ ବର୍ଷର ପରାଧୀନତା ଯୋଗୁଁ ଭାରତରେ ସୃଷ୍ଟି ହୋଇଥିବା ଜାତିଗତ ବିଭେଦକୁ ବ୍ରାହ୍ମଣମାନେ ଦୂରକରିପାରିବେ ବୋଲି କହିଥିଲେ । ବ୍ରାହ୍ମଣ ମହାସଂଘର ରାଜ୍ୟ ଉପସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ବେଦବିଦ୍ୟାର ମହତ୍ୱ ଏବଂ କେନ୍ଦୁଝରର ଉପସଭାପତି ପଣ୍ଡିତ ମଧୁସୂଦନ ମିଶ୍ର ବେଦପାଠଶାଳାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ, ଶ୍ରୀକୃଷ୍ଣ ପ୍ରସାଦ ଦୀକ୍ଷିତ, ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ର, ଗୀତାଚାର୍ଯ୍ୟ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା, ଏଡ଼୍‌ଭୋକେଟ୍ ଭରତ ଚନ୍ଦ୍ର ମିଶ୍ର, ଭଗବାନ୍ ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ଯୋଗାଚାର୍ଯ୍ୟ ରାଜେନ୍ଦ୍ର ନାରାୟଣ ପାଢ଼ୀ, ମନ୍ଦରଧର ଦୀକ୍ଷିତ ପ୍ରମୁଖ ବ୍ରାହ୍ମଣ ସଂଗଠନ, ବେଦପାଠ ପରଂପରା ଓ ଭଦ୍ରକାଳୀପୀଠ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବେଦପାଠ ପରେ ଉପସଭାପତି ବିଭୂତି ନାରାୟଣ ତ୍ରିପାଠୀ ସ୍ୱାଗତ କରିବା ପରେ ମହାସଂଘର ରାଜ୍ୟ ସଭାପତି ଡ଼କ୍ଟର ସଦାନନ୍ଦ ଦୀକ୍ଷିତ ବରପଦା ଠାରେ ପ୍ରତିଷ୍ଠିତ ବୈଦିକ ବିଦ୍ୟାପୀଠମ୍‌ର ଏକ ସାପ୍ତାହିକ ଶାଖା ଭାବରେ ମା’ଭଦ୍ରକାଳୀ ପୀଠରେ ବେଦପାଠଶାଳା ପ୍ରତି ରବିବାରରେ ସଂଚାଳିତ ହେବାର ସୂଚନା ଦେଇ ଉପଯୁକ୍ତ ବିଜ୍ଞ ବ୍ରାହ୍ମଣମାନଙ୍କୁ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଶେଷରେ ବେଦାଚାର୍ଯ୍ୟ ସଂଜୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିବା ପରେ ପ୍ରସାଦସେବନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.