Home ଜିଲ୍ଲା ପରିକ୍ରମା ସକାରାତ୍ମକ ସୃଷ୍ଟି ପାଠକଙ୍କୁ ଉଦବୁଦ୍ଧ କରେ, ନବଘନ ପଣ୍ଡା ସ୍ମାରକୀ ସମ୍ମାନ ପୁସ୍ତକ ଲୋକାର୍ପଣ ଉତ୍ସବ

ସକାରାତ୍ମକ ସୃଷ୍ଟି ପାଠକଙ୍କୁ ଉଦବୁଦ୍ଧ କରେ, ନବଘନ ପଣ୍ଡା ସ୍ମାରକୀ ସମ୍ମାନ ପୁସ୍ତକ ଲୋକାର୍ପଣ ଉତ୍ସବ

7

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ସର୍ବଦା ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ।ସକରାତ୍ମକ ସାହିତ୍ୟ ସୃଷ୍ଟି ହୋଇ ପାଠକଙ୍କୁ ଉଦବୁଦ୍ଧ କରିଥାଏ ବୋଲି ମଞ୍ଜୁରୀରୋଡ଼ ସ୍ଥିତ “ପ୍ରତିଭା ଜାଗରଣ ମଂଚ’ ଓ “ନବଘନ ପଣ୍ଡା ସ୍ମୃତି ପରିଷଦ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ନବଘନ ପଣ୍ଡା ସ୍ମାରକୀ ସମ୍ମାନ ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ଗୟାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅଜୟ ନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ଼ଃ କ୍ଷୀରୋଦ କୁମାର ସାମଲ,ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ, ବ୍ୟାସନଗର କଲେଜର ଅ୍ୱସର ପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ମାଝୀ ଯୋଗଦେଇ ସମାଜ କଲ୍ୟାଣ ନିମନ୍ତେ ଆବଶ୍ୟକ ଶିକ୍ଷା,ସାହିତ୍ୟର ଦିଗ ଉପରେ ଆଲୋଚନା କରିଥିଲେ। ଉତ୍ସବ ଅବସରରେ ଶିଶୁ ସାହିତ୍ୟ ଗବେଷକ ଡ଼ଃ ମନୀନ୍ଦ୍ର ମହାନ୍ତିଙ୍କୁ “ନବଘନ ପଣ୍ଡା ସ୍ମୃତି ଶିକ୍ଷା ଓ ସାହିତ୍ୟ ସମ୍ମାନ’ ଓ “ମୋ ପାଠାଗାର’ ପ୍ରତିଷ୍ଠାତା ରାଜ କିଶୋର ମହାପାତ୍ରଙ୍କୁ “ନବଘନ ପଣ୍ଡା ପାଠକ ସମ୍ମାନ’ ଓ ସାହିତ୍ୟିକ କାନହୁ ଚରଣ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଉତରୀୟ, ମାନପତ୍ର ଫଳକ, ଗ୍ରନ୍ଥ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ସରସ୍ୱତୀ ପ୍ରକାଶନ ଦ୍ୱାରା ପ୍ରକାଶିତ ସୁରଞ୍ଜନ ପଣ୍ଡାଙ୍କ “ମାଟିପ୍ରେମ’ ଗଳ୍ପ ସଂକଳନ ପୁସ୍ତକ ଅତିଥି ଓ ଲେଖକଙ୍କ ଗହଣରେ ପାଠକାର୍ପଣ କରାଯାଇଥିଲା। କବି ବିଜୟ ସ୍ୱାଇଁ ଓ ରାଜେଶ ବିଶ୍ୱାଳଙ୍କ ସଂଯୋଜନାରେ ରତିକାନ୍ତ ବେହେରା,ପବନ ନାୟକ, ମନୋଜ ରାଉତରାୟ,ମୁରଲୀଧର ଦାସ, ଜଗନ୍ନାଥ ସାମଲ,ଉଦୟ ରାଉତ, ପଦ୍ମଲୋଚନ ଦାସ, ରୁକ୍ମିଣୀ ଦାସ,ନାରାୟଣ ପାଢ଼ୀ, ରାହୁଲ ସେଠୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବିଶ୍ୱନାଥ ବାରିକ ସ୍ୱାଗତ ଭାଷଣ, ଆବାହକ ପ୍ରକାଶ ମହାପାତ୍ର ଅତିଥି ପରିଚୟ, ସୁରଞ୍ଜନ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ ଓ ଧନେଶ୍ୱର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ତପନ କୁମାର ସାହୁ,ରମଣୀ ରଞ୍ଜନ ଦାଶ, ଡ଼ଃ କେଶବ ମହାପାତ୍ର, ମନ୍ମୟୀ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.