Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟରେ ନାରୀର ଖାଦ୍ୟଶୈଳୀ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ମହିଳା ମହାବିଦ୍ୟାଳୟରେ ନାରୀର ଖାଦ୍ୟଶୈଳୀ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

2

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ସମାଜ ନିର୍ମାଣ ଓ ସମାଜ କଲ୍ୟାଣର ମୂଳପିଣ୍ଡ । ନାରୀଟିଏ ସୁସ୍ଥ ରହିଲେ ରାଷ୍ଟ୍ର ଉତମ ନାଗରିକ ପାଇବାରେ ସଫଳ ହୋଇଥାଏ । ଶକ୍ତିଶ୍ରୀ ଏମ୍ପାୱାରମେଂଟ ସେଲ ଜରିଆରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ, ଖାଦ୍ୟ ଶୈଳୀ ଓ ଅପ୍ରାପ୍ତ ବୟସରେ ଅପ୍ରାକୃତିକ ଭାବରେ ଆସୁଥିବା ରୋଗ ବ୍ୟାଧିର କାରଣ ଓ ତାର ନିରାକାରଣ ସମ୍ବନ୍ଧରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା କଳ୍ପନା ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ ମନୀଷା ମେଘ ପୁଷ୍ପା ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ଦିଗରେ ନାରୀ ମାନେ ସଚେତନ ରହିଲେ ସଂସାର ନିରୋଗ ଓ ସୁନ୍ଦର ରହିବ ବୋଲି ମତ ବ୍ୟକ୍ତ କରିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ ଅଭୟ କୁମାର ଦାସ, ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ମନୋଜ କୁମାର ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଆରତୀ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶକ୍ତିଶ୍ରୀ ସଂଯଜିକା ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ଲେଙ୍କା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଯୋଜିକା ଅଧ୍ୟାପିକା ଡ ବସୁମତୀ ପଣ୍ଡା ସ୍ୱାଗତ ଭାଷଣ ଓ ଅଧ୍ୟାପିକା ପ୍ରିୟ ଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରି କରିଥିଲେ । ଅଧ୍ୟାପିକା ଆଭାମୟୀ ମହାପାତ୍ର, ସୁବାସିନୀ ସେଠୀ, ଆରତୀ ଜେନା ମଧୁବ୍ରତା ମଲ୍ଲିକ, ଅମୃତା ମହାନ୍ତି, ଅର୍ପିତା ନାୟକ, ପ୍ରମିଳା ଜେନା, ଡ ଶୁଭଶ୍ରୀ ବେହେରା, ଡ ସଂଗୀତା ଦାସ, ମନୋରମା ସ୍ୱାଇଁ, ପୁଷ୍ପଲତା ଧଳ, ଅନୀତା ବାରିକ, ଗୀତାଞ୍ଜଳି ସାହୁ, ସୀତା ମଣୀ ମହାନ୍ତି, ସ୍ନିଗ୍ଧାରାଣୀ ଖୁଂଟିଆ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.