Home ଜିଲ୍ଲା ପରିକ୍ରମା ଡାକ୍ତର ନବୀନ କୁମାର ପରିଡା ଉଦୀୟମାନ ଫଟୋଗ୍ରାଫରରେ ସମ୍ମାନିତ

ଡାକ୍ତର ନବୀନ କୁମାର ପରିଡା ଉଦୀୟମାନ ଫଟୋଗ୍ରାଫରରେ ସମ୍ମାନିତ

3

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ “ନବୀନ ସୂତ୍ରଧର ଟ୍ରଷ୍ଟ’ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ନବୀନ କୁମାର ପରିଡା “ଉଦୀୟମାନ ଫଟୋଗ୍ରାଫର୍ ସମ୍ମାନ’ ରେ ସମ୍ମାନିତ ହୋଇଛନ୍ତି। “ଓଡ଼ିଶାର ଲୁକ୍କାୟିତ ଐତିହ୍ୟ’ ଉପରେ ଆଧାରିତ, ତାଙ୍କଦ୍ୱାରା ଉତୋଳିତ ମା’ ଚାମୁଣ୍ଡାଙ୍କ ପ୍ରତିମୂର୍ତିର ଏକ ଫଟୋଚିତ୍ର ପାଇଁ ସେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ୭ମ ଶତାବ୍ଦୀରେ ନିର୍ମିତ, ଯାଜପୁର ଜିଲ୍ଲା ଧର୍ମଶାଳାରୁ ଆବିଷ୍କୃ୍‌ତ ଏହି ଭାସ୍କର୍ଯ୍ୟ କଳାର ନିଦର୍ଶନ ଏବେ ରାଜ୍ୟ ସଂଗ୍ରହାଳୟରେ ଶୋଭା ପାଉଛି। ମୁଖ୍ୟ ଅତିଥିରୂପେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ହିଂମାଶୁ ଖଟୁଆ ଯୋଗ ଦେଇଥିଲେ। ଡାକ୍ତର ନବୀନଙ୍କ ଉତୋଳିତ ଫଟୋଚିତ୍ର ଲଗାତାର ତିନି ବର୍ଷ ଧରି ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି। ସାହିତ୍ୟରେ ରୁଚି ରଖୁଥିବା ଡାକ୍ତର ନବୀନଙ୍କ ଲିଖିତ ପ୍ରବନ୍ଧ ଓ କବିତା ବିଭିନ୍ନ ଖବରକାଗଜ ଏବଂ ପତ୍ରିକାରେ ପ୍ରକାଶିତ ହୋଇଛି। ନିଜର କର୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତ ମନୋଭାବ ପାଇଁ ନିକଟ ଅତୀତରେ ସେ ପୂର୍ବତନ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ କୁମାର ରାଉତରାୟଙ୍କଠାରୁ “ଆମ ମାତୃଭୂମି ସେବା ସମ୍ମାନ – ୨୦୨୬’ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.