Home ଜିଲ୍ଲା ପରିକ୍ରମା ସ୍ୱଦେଶୀ ସାମଗ୍ରୀ ବ୍ୟବହାର ନେଇ କର୍ମଶାଳା

ସ୍ୱଦେଶୀ ସାମଗ୍ରୀ ବ୍ୟବହାର ନେଇ କର୍ମଶାଳା

6

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ମହାବିଦ୍ୟାଳୟ ପରିସରରେ ଆଜି ସ୍ୱଦେଶୀ ଜାଗରଣ ମଂଚ ବାଲେଶ୍ୱର ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅର୍ନ୍ତଗତ ସ୍ୱଦେଶୀ ଉତ୍ପାଦ ଉପରେ ଅବଗତ ହୋଇ ସ୍ୱାବଲମ୍ବୀ ହେବା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ମଂଚର ଅପୂର୍ବ ରଞ୍ଜନ ଲେଙ୍କା, ଇଂ.ସୁରେଶ ଚନ୍ଦ୍ର ବିଶ୍ୱାଳ, ପୂର୍ଣ୍ଣକାଳୀନ ସଦସ୍ୟ ଗୌତମ ସାହୁ ,ବସନ୍ତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସ୍ୱଦେଶ ସାମଗ୍ରୀ ଉତ୍ପାଦ ବୃଦ୍ଧି କରିବା ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରୋତ୍ସାହିତ କରିବା, ସ୍ୱଦେଶୀ ସାମଗ୍ରୀ ବ୍ୟବହାର, ସ୍ୱାଭିମାନ ସହ ବଚିଂବା ନେଇ ମାର୍ଗ ଦର୍ଶନ କରାଯାଇଥିଲା । ଶେଷରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ସହ ରାଷ୍ଟ୍ର ନିର୍ମାଣରେ ସହ ଭାଗିତା ହେବା ନେଇ ଶପଥପାଠ କରାଯାଇଥିଲା । ଅଧ୍ୟାପକ ରତିକାନ୍ତ ଜେନା, ସଂଯୁକ୍ତା ରାଉତ, ପ୍ରକାଶ ଚନ୍ଦ୍ର ଦେବତା,ଆଦିତ୍ୟ ନାରାୟଣ ବାରିକ, ରାଜେଶ ବିଶ୍ୱାଳ, କଲ୍ୟାଣ କୁମାର ରାଉତ, ସରିତା ଲେଙ୍କା, ସଙ୍ଗୀତା ପାଣିଗ୍ରାହୀ, ହିମାଂଶୁ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.