ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ‘ଶକ୍ତିଶ୍ରୀ’ କାର୍ଯ୍ୟଶାଳାର ପୋକ୍ସ୍ ଆଇନ୍ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଇନ୍ଜୀବୀ ତଥା ଶିକ୍ଷାବିତ୍ ଡଃ ରାଧାରାଣୀ ମହାପାତ୍ର ଯୋଗଦେଇ ଆଇନ୍ ସଚେତନତାର ଗୁରୁତ୍ୱ ଉପରେ ମତଦାନ କରିବା ସଂଗେ ସଂଗେ ଛାତ୍ରୀମାନେ ଆତ୍ମନିର୍ଭର ଓ ଆତ୍ମସୁରକ୍ଷା ନିଜର ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଡ଼. କୃପାସିନ୍ଧୁ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା, ଆଇନ୍ ସଚେତନତା ଏବଂ ସାମାଜିକ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀ ଅକ୍ଷୟ କୁମାର ପାଣିଗ୍ରାହୀ ଓ ମଞ୍ଜୁଲତା ମହାପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନେ ପୋକ୍ସୋ ଆଇନ୍ ଓ ଶୃଙ୍ଖଳା ସଂପର୍କରେ ମତ ରଖିଥିଲେ । ‘ଶକ୍ତିଶ୍ରୀ’ର ସଂଯୋଜିକା ପ୍ରଭାତୀ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସ୍ୱର୍ଣ୍ଣଲତା ପାକଳ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଗୌରାଙ୍ଗ ଦାସ, ରଘୁନାଥ ନାୟକ ଓ ଆଶୁତୋଷ ସିଂ ସଭାପରିଚାଳନାରେ ସହଯୋଗ କରିଥିଲେ ।







