ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାର୍ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ ମନନ ମିଶ୍ର ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ୱ ଧରି ବିନା ନିର୍ବାଚନରେ ରହିଛନ୍ତି । ଅନ୍ୟ ପକ୍ଷରେ ସେ ଭାରତୀୟ ଜନତା ପାର୍ଟିରୁ ରାଜ୍ୟସଭା ସାଂସଦ ମଧ୍ୟ ଅଛନ୍ତି । ଆଇନ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟି ଦରମାପ୍ରାପ୍ତ ପଦବୀରେ ରହିନପାରିବାର ବ୍ୟବସ୍ଥା ଥିବା ବେଳେ ବେଆଇନ ଭାବେ ସେ ଏହି ଦୁଇଟି ପଦବୀରେ ରହିଛନ୍ତି । ନିକଟ ଅତୀତରେ ସେ ନାଲସାର ଛାତ୍ର ଛାତ୍ରୀ ମାନଙ୍କୁ ଓକିଲାତି ଲାଇସେନ୍ସ ଦେବେ ନାହିଁ ବୋଲି ଘୋଷଣା କରିବା ପରେ ସାରା ଭାରତରେ ଓକିଲ ମାନେ ଏହାକୁ ବିରୋଧ କରି ତାଙ୍କ ପଦବୀରୁ ଇସ୍ତଫା ଦାବି କରି ସର୍ବଭାରତୀୟ ଆନ୍ଦୋଳନର ଡାକରା ଦେଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ବାର୍ ଓ ବେଞ୍ଚ ଭିତରେ ସମନ୍ୱୟ ରକ୍ଷା କରି ଓକିଲ ମାନଙ୍କ ବିକାଶ ପାଇଁ ବାର୍ କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ପାଇଁ ନିର୍ବାଚନ କରିବାକୁ ଦାବି କରି ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଶୋଭାଯାତ୍ରା ଓ ବିକ୍ଷୋଭ ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ରେ ଭଦ୍ରକ ଓକିଲ ସଂଘର ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପୂର୍ବତନ ସଭାପତି ସନ୍ତୋଷ ଆଚାର୍ଯ୍ୟ, ପୂର୍ବତନ ସଂପାଦକ ବିଜନ ଜେନା, ପୂର୍ବତନ ସଂପାଦକ ଶଶିଭୂଷଣ ପଣ୍ଡା, ରାଜ୍ୟ ଷ୍ଟେଟ ବାର୍ କାଉନସିଲ ର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ଅଲଇଣ୍ଡିଆ ଲୟର୍ସ ୟୁନିୟନ ରାଜ୍ୟ କମିଟିର ଆମନ୍ତ୍ରିତ ସଭ୍ୟ ଯୁବ ଆଇନଜୀବୀ ବିକାଶ ନାଥ, ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ସନ୍ତୋଷ ନାୟକ, ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ଦାସ, ଶ୍ରୀକାନ୍ତ ବିଶ୍ୱାଳ, ଗିରିଧାରୀ ନାଥ, ପ୍ରଫୁଲ୍ଲ ପାଢୀ, ପ୍ରଫୁଲ୍ଲ ସାମଲ, ରଞ୍ଜନ ନାୟକ, ଅଗଣି ଚରଣ ଜେନା, ପ୍ରତାପ ସେଠୀ, ସୁକାନ୍ତ ସେଠୀ, ରଶ୍ମିପ୍ରଭା ପରିଡା, ପ୍ରିୟଦର୍ଶନୀ ସାହୁ, ପାୟଲ ସାହୁ, ପୂଜାରାଣୀ ପଣ୍ଡା, ଗୁରୁପ୍ରସାଦ ମହାନ୍ତି, ଦେବବ୍ରତ ମହାପାତ୍ର, ଅମ୍ରିତ ପ୍ରିତମ ନାୟକ, ବିନୋଦ ସାହୁ, ଉଜ୍ୱଳ ଯେନା, ବରିଷ୍ଠ ଆଇନଜୀବୀ ହରିହର ଧଳ, ସ୍ମରଜିତ ମହାପାତ୍ର, ଅକ୍ଷୟ ମଲ୍ଲିକ, ବିଜୟ ରାଉତ, ସେକ୍ ଇସ୍ତାର ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିବା ସହ ମନନ ମିଶ୍ର ଇସ୍ତଫା ନଦେଲେ ଆଗାମୀ ଦିନରେ ବୃହତର ଲଢେଇ ଲଢିବାକୁ ଚେତାବନୀ ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ବାର୍ କାଉନସିଲ ଅଧ୍ୟକ୍ଷ ମନନ ମିଶ୍ରଙ୍କ ଇସ୍ତଫା ଦାବି, ଅଲଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଭଦ୍ରକ...








