Home ଜିଲ୍ଲା ପରିକ୍ରମା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ବିଧାୟକ ସଂଜୀବଙ୍କ ପ୍ରଶ୍ନବାଣ

ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ବିଧାୟକ ସଂଜୀବଙ୍କ ପ୍ରଶ୍ନବାଣ

0

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଧାନସଭା ସମ୍ମିଳନୀ କକ୍ଷରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କିମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଧୀର ରଞ୍ଜନ ପାଟଯୋଶୀଙ୍କ ଅଧ୍ୟକ୍ଷତାରେ ଇସ୍ପାତ ଓ ଖଣି ଏବଂ ଶିଳ୍ପ ବିଭାଗ କୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ବିଧାନସଭା ଷ୍ଟାଣ୍ଡିଙ୍ଗୀ କିମିଟି ସଦସ୍ୟ ତଥା ବିରୋଧୀ ଦଳ ର ସଦସ୍ୟ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଭଣ୍ଡାରିପୋଖରୀ ବ୍ଲକ ର ପାଇମହୁରା ଠାରେ ଷ୍ଟେକ୍ ଷ୍ଟାଇଲ ପାର୍କ ନିର୍ମାଣ କାର୍ଯ୍ୟ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଥିଲେ। ଏହାବ୍ୟତୀତ କେବଳ ଭଣ୍ଡାରିପୋଖରୀ ଜନସାଧାରଣ ନୁହେଁ ସମଗ୍ର ଭଦ୍ରକ ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲା ମାନଙ୍କ ପାଇଁ ଏହା ଏକ ନିଯୁକ୍ତି ର ହବ୍ ହେବ ବୋଲି ମତପ୍ରକାଶ କରିଥିଲେ। ଜମି ଅଧିଗ୍ରହଣ ସରିଥିଲେ ବି କେଉଁ କାରଣ ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ବିଳମ୍ବ ହେଉଛି ବୋଲି ପଶ୍ନ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ। ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ହେମନ୍ତ କୁମାର ଶର୍ମା ଙ୍କ ସମେତ ବିଧାନସଭା ଷ୍ଟାଣ୍ଡିଙ୍ଗୀ କିମିଟି ର ଅନ୍ୟାନ୍ୟ ସଦସ୍ୟଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.