Home ଜିଲ୍ଲା ପରିକ୍ରମା ମନ୍ଦିର ପୂଜକ ରାମଚନ୍ଦ୍ରଙ୍କ ପରଲୋକ

ମନ୍ଦିର ପୂଜକ ରାମଚନ୍ଦ୍ରଙ୍କ ପରଲୋକ

5

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରୁଷଣ୍ଢ ପଚାଂୟତ ଭବାନୀ ଗଞ୍ଜର ପୂଜକ ତଥା ପୂର୍ବତନ ୱାର୍ଡସଭ୍ୟ ରାମଚନ୍ଦ୍ର ଦାଶ(୮୪)ଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ସୋମବାର ସେ ଅସୁସ୍ଥ ଅନୁଭବ କରିବାରୁ ଆଗରପଡା, ଭଦ୍ରକ ଓ ପରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମଙ୍ଗଳବାର ଭୋର ସମୟରେ ସେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ପରିବାରର ସୁକାନ୍ତ କୁମାର ଦାଶ, ଯଶୋଦା ଦାଶ, ପ୍ରଭଞ୍ଜନ ଆଚାର୍ଯ୍ୟ, ବସନ୍ତ ଦାଶ, ରଘୁନାଥ ଦାଶ, ଶ୍ରୀକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ମୃତ୍ୟୁଖବର ପାଇ ତାଙ୍କ ବାସ ଭବନରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଜେପିନେତା ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ, ସୁବାଷ ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଦୀପ କୁମାର ଦାଶ ପ୍ରମୁଖ ପହଚିଂ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶବାଧାରରେ ସାମିଲ ଥିଲେ । ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିବା ବେଳେ ବଡପୁଅ ସୁଶାନ୍ତ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତଃ ରାମଚନ୍ଦ୍ର କୁଆଁସମଢିଆ ରଘୁନାଥ ଜୀୟୁ ମନ୍ଦିରର ପୂଜକ ଥିବା ବେଳେ ସେବାଧର୍ମ କରି ଆସୁଥିଲେ । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.