Home ଜିଲ୍ଲା ପରିକ୍ରମା ସମାଜସେବୀ ରୁଦ୍ରାଣୀ ନନ୍ଦଙ୍କୁ ଶିଳ୍ପୀକା ସମ୍ମାନ

ସମାଜସେବୀ ରୁଦ୍ରାଣୀ ନନ୍ଦଙ୍କୁ ଶିଳ୍ପୀକା ସମ୍ମାନ

5

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ଶିଳ୍ପିକା ନୃତ୍ୟାନୁଷ୍ଠାନ ପକ୍ଷରୁ ବାର୍ଷିର୍କ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ଶିଳ୍ପୀଗୁରୁ ବିଜୟ କୁମାର ପରିଡା, ନୟାଗଡ ବିଧାୟକ ଡଃ.ଅରୁଣ କୁମାର ସାହୁ, ଖଦି ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ପ୍ରତିଭା ଗ୍ରୁପ ଅଫ୍ କଲେଜର ଚେୟାରମ୍ୟାନ ଅନିଲ କୁମାର ରାଉତ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ନିର୍ଦ୍ଦେଶକ ଅକ୍ଷୟ କୁମାର ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଓଡିଶାରୁ ବିଭିନ୍ନ ସ୍ଥାନରୁ ଆସିଥିବା ନକ୍ଷତ୍ର ଗୁରୁକୁଳ ପକ୍ଷରୁ ଗୋଟିପୁଅ ନୃତ୍ୟ, ଆଦୃତ ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ, ଆଦି ନୃତ୍ୟକଳା ଏକାଡେମୀ ପକ୍ଷରୁ ଝୁମର ନୃତ୍ୟ, ନୂତନ କଳା ସଂସଦ ଫୁୁଲବାଣୀ ପକ୍ଷରୁ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ୟୁନିଟ୍ ଫର ସେବାର ଅଧ୍ୟକ୍ଷା ରୁଦ୍ରାଣୀ ନନ୍ଦଙ୍କୁ ଶିଳ୍ପୀକା ସମ୍ମାନରେ ମୋମେଟଂ, ଉତରୀୟ, ପୁଷ୍ପଗୁଚ୍ଚ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଂସ୍କୃତିକ ମଂଚକୁ ଶିଳ୍ପୀକା ନୃତ୍ୟାନୁଷ୍ଠାନର ସମ୍ପାଦକ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.