Home ଜିଲ୍ଲା ପରିକ୍ରମା ଷୋଳମପୁର ପଂଚାୟତ ବନ୍ୟାଂଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସଂଜୀବ

ଷୋଳମପୁର ପଂଚାୟତ ବନ୍ୟାଂଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସଂଜୀବ

4

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଷୋଳମପୁର ଗ୍ରାମ ପଂଚାୟତରେ ବନ୍ୟାଜଳ ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଷୋଳମପୁର ଗ୍ରାମ ପଂଚାୟତ ବିଭିନ୍ନ ଅଂଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ଲୋକେ । ମଣିନାଥପୁର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପହଂଚି ଲୋକ ମାନଙ୍କୁ ଭେଟିବା ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି (ବିଧାୟକ) । କ୍ଷତିଗ୍ରସ୍ତ ଲୋକମାନଙ୍କ ପାଲ (ଟାର୍ପୋଲିନ୍‌) ବଂଟନ କରିବା ସହ ଯଥା ଶିଘ୍ର ବନ୍ୟା ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.