ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାନ୍ଦିଆ ବେଦାନ୍ତ (ଫେକର) ଠାରୁ ବନ୍ଦାଳ–ମଢିଆଳି ଭାୟା କେନ୍ଦୁଆପଦା–ମଞ୍ଜୁରୀରୋଡ଼ (ଆରଏଣ୍ଡବି) ରାସ୍ତାର ଦୁରାବସ୍ଥା ଦୂର ନିମନ୍ତେ ତୁରନ୍ତ ମରାମତି କରିବା ଦାବିରେ ବନ୍ତ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ସହ ବହୁ ଦଳୀୟ କର୍ମୀ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ରାସ୍ତା ଉପରେ ଦୈନିକ ୧୦ ରୁ ୧୫ ଗ୍ରାମ ପଂଚାୟତ ର ବାସିନ୍ଦାଙ୍କ ସମେତ ସରକାରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଯାତାୟାତ କରିଥାନ୍ତି। ଏଣୁ ଏହାର ତୁରନ୍ତ ମରାମତି ଅତ୍ୟନ୍ତ ଜରୁରୀ । ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତକୁ ପ୍ରାଥମିକତା ଦେଇ ଯାଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନା କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା,ବରିଷ୍ଠ ନେତା ପ୍ରଶାନ୍ତ ଦାସ, ବିଧାୟକ ପ୍ରତିନିଧି ଲାଲା ସ୍ୱାଇଁ, ବନ୍ତ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି,ବନ୍ତ ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ,ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ଯୁବନେତା ବିପିନ ବିହାରୀ ନାୟକ, ଅକ୍ଷୟ ଦାସଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।







