Home ଜିଲ୍ଲା ପରିକ୍ରମା ସଚ୍ଚିଦାନନ୍ଦ ମହାନ୍ତି ଥିଲେ ଏନସାଇକ୍ଳୋପେଡିଆ,+୩ ଟପର ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ

ସଚ୍ଚିଦାନନ୍ଦ ମହାନ୍ତି ଥିଲେ ଏନସାଇକ୍ଳୋପେଡିଆ,+୩ ଟପର ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ

4

ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ସ୍ଥାନୀୟ ସଂସ୍କୃତି ଭବନ ଠାରେ ଭଦ୍ରକର ବରିଷ୍ଠ ଆଇନଜୀବୀ ତଥା ସମାଜବାଦୀ ନେତା ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ନବମ ପୂଣ୍ୟ ତିଥୀ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ରୋଟାରିଆନ ଅଭିଜିତ ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ‘ସାମ୍ପ୍ରତିକ ଆହ୍ୱାନ ଓ ଯୁବ ସମାଜ’ ଶୀର୍ଷକ ଆଲୋଚନାଚକ୍ରରେ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଳାପାଳ ଡ. ଦିଲୀପ ରାଉତରାଏ ଯୋଗଦେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକ ଶ୍ରେଣୀର ୨୮ ବିଭାଗର ଟପର ଛାତ୍ରଛାତ୍ରୀ ଓ + ୨ ର ୩ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଏହି ପିଢ଼ୀର ବିଦ୍ୟାର୍ଥୀମାନେ ପୂଜ୍ୟପୂଜାଙ୍କ ତ୍ୟାଗ ଓ ବଳିଦାନକୁ ଅନୁସରଣ କରି ନିଜ ଅଂଚଳ, ରାଜ୍ୟ, ଓ ଦେଶର ପରିବର୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅପସରପ୍ରାପ୍ତ ପ୍ରଫେସର ଡ. ବ୍ରଜମୋହନ ମିଶ୍ର ଯୋଗଦେଇ ସାମ୍ପ୍ରତିକ ସମାଜରେ ଡିଜିଟାଲ ପଦ୍ଧତିର ଉପଯୋଗ କରି ଛାତ୍ରଛାତ୍ରୀମାନେ ସକାରତ୍ମକ ଚିନ୍ତାଧାରା ଆପରେଇବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ସଚ୍ଚି ଭାଇଙ୍କ ଭଦ୍ରକର ଅସ୍ମିତା ପାଇଁ ଲଢ଼େଇ ଆଜିର ଯୁବ ସମାଜ ପାଇଁ ଏକ ଆହ୍ୱାନ ବୋଲି କହିଥିଲେ। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଂଜନ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବଂଗତ ମହାନ୍ତିଙ୍କ ପରିବାର ଓ ତାଙ୍କର ତ୍ୟାଗ ମନୋଭାବ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବାର ଆସୋସିଏସନର ସଭାପତି ଆଇନଜୀବୀ ଅରୁଣ ଚାନ୍ଦ ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତି ଜଣେ ଲିଭିଂ ଏନସାଇକ୍ଲୋପେଡିଆ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଆସୋସିଏସନର ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ବିଗତ ଦିନରେ ଆଇନ ସେବାରେ କିଭଳି ସମାଜର ନିଷ୍ପେସିତ ବର୍ଗର ଲୋକଙ୍କ ପାଇଁ ବିନା ମୂଲ୍ୟରେ ସ୍ୱର୍ଗତ ମହାନ୍ତି ସେବା ଯେଗାଉଥିଲେ, ସେ ବିଷୟରେ ଆଲୋକପାତ କରିଥିଲେ। ସଚ୍ଚିଦାନନ୍ଦ ସ୍ମୃତି କମିଟିର ଆବାହକ ଜ୍ୟୋତିପ୍ରକାଶ ମହାନ୍ତି ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଜିଲ୍ଳାପାଳ ଡ. ରାଉତରାଏଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। କମିଟିର ସଭାପତି ଆଇନଜୀବୀ ବିଷ୍ଣୁମୋହନ ମହାପାତ୍ର, ସଂପାଦକ ସମାଜସେବୀ ଲଲାଟେନ୍ଦୁ ମହାନ୍ତି ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସଙ୍ଗେସଙ୍ଗେ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତ ସଭାରେ ବୁଦ୍ଧିଜୀବୀ ଇଂ ଅଖିଳ ମୋହନ ପାଢ଼ୀ, ଆଇନଜୀବୀ ପବନ ଶର୍ମା, ଜତିକାନ୍ତ ନାୟକ, ମନୋରଂଜନ ମିଶ୍ର, ଅଶୋକ ନାୟକ, ଡ. ରାଧାରାଣୀ ମହାପାତ୍ର, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସଭାପତି ଝରଣା ପଟ୍ଟନାୟକ, ସଂପାଦକ ଅଶୋକ ଦାସ, ବରିଷ୍ଠ ନାଗରିକ ସଂଘ ପକ୍ଷରୁ କୈଳାସ ମହାପାତ୍ର, ଅମର ପାଣିଗ୍ରାହୀ, ଳକ୍ଷ୍ମୀକାନ୍ତ ବାରିକ, ପ୍ରାକ୍ତନ କାଉନସିଲର ବସୁମିତ୍ରା ସାହୁ, ସାମ୍ବାଦିକ ସୁବ୍ରତ ପାଲ, ଭଦ୍ରକ କଲେଜର ପ୍ରଫେସର ଳକ୍ଷ୍ମୀକାନ୍ତ ନାୟକ, ଅଜିତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ କମିଟିର ସଦସ୍ୟ ଧନ୍ରବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.