Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ପାଳିତ,କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ପାଳିତ,କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

5

ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଭଦ୍ରକ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବା, ଶିକ୍ଷାର ପ୍ରୋତ୍ସାହନ ଏବଂ ମାନବିକ ମୂଲ୍ୟବୋଧର ପ୍ରସାର କ୍ଷେତ୍ରରେ ରୋଟାରୀର ଅବଦାନକୁ ଆଲୋକପାତ କରି ବକ୍ତାମାନେ ସଂଗଠନର ସେବାଧର୍ମୀ କାର୍ଯ୍ୟକଳାପକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଚଳିତ ରୋଟାରୀ ବର୍ଷର ଗଭର୍ନର ଅନିଲ କୁମାର ସାମଲ ମୁଖ୍ୟ ଅତିଥି, ଆଗାମୀ ରୋଟାରୀ ବର୍ଷର ଗଭର୍ନର ଇନ୍ଦ୍ରଜିତ ସାହୁ ବରେଣ୍ୟ ଅତିଥି ଏବଂ ଆସିଷ୍ଟାଂଟ ଗଭର୍ନର ଡ. ଦେବାଶିଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ରୋଟାରୀ ଇଂଟରନ୍ୟାସନାଲର ସେବା ଦର୍ଶନ, ସାମାଜିକ ଦାୟିତ୍ୱବୋଧ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ପରିଚାଳନାରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ନାଶିର ବକ୍ସ, ପୂର୍ବତନ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀ ଏବଂ ଚଳିତ ବର୍ଷର ସଭାପତି ତଥା କ୍ଲବର ପ୍ରଥମ ମହିଳା ସଭାପତି ସାୟନ୍ତା ସୌରାମଳିନୀ ସାହୁ ମଂଚାସୀନ ଥିଲେ। ଜାତୀୟ ସଙ୍ଗୀତ ପରିବେଷଣ ପରେ ଅନୁଷ୍ଠାନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଷ୍ଠାନରେ ସୁରୁଚିପ୍ରଭା ଦାସ, ମୃଦୁଲ ଅଗ୍ରୱାଲ, ରୋହିତ୍ ଅଗ୍ରୱାଲ ଏବଂ ଇଂ ମହେଶ ପ୍ରସାଦ ଦାସ କ୍ଲବର ନୂତନ ସଦସ୍ୟ ଭାବେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେହିପରି, ବିଗତ ମାଟ୍ରିକ ପରୀକ୍ଷାରେ ଭଦ୍ରକ ଜିଲ୍ଲାରେ ସର୍ବାଧିକ ନମ୍ବର ଅର୍ଜନ କରିଥିବା ଜନ୍ତୁଆଲି ନୂଆଗାଁ ନୋଡାଲ ହାଇସ୍କୁଲ ଛାତ୍ରୀ ସରିତା ନାୟକ,ଶିବଦୂର୍ଗା ନୋଡାଲ ହାଇସ୍କୁଲର ଛାତ୍ର ସାଇ ସୁମନ ସ୍ୱାଇଁ ଏବଂ ଭଦ୍ରକ ପୌରାଂଚଳରେ ସର୍ବୋଚ୍ଚ ସଫଳତା ହାସଲ କରିଥିବା ସରସ୍ୱତୀ ଶିଶୁମନ୍ଦିର ଭଦ୍ରକର କୃତୀ ଛାତ୍ର ଦିବ୍ୟଜ୍ୟୋତି ଦାସ ଛାତ୍ରୀ ଦୀପିକା ମହାନ୍ତିଙ୍କୁ ନଗଦ ପୁରସ୍କାର ରାଶି , ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ୩୩ ରୁ ଅଧିକ ରୋଟାରୀ କ୍ଲବର ପ୍ରତିନିଧିଙ୍କ ସହ ଲାୟନ୍ସ କ୍ଲବ, ବରିଷ୍ଠ ନାଗରିକ ସଂଘ ଏବଂ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର କର୍ମକର୍ତା ଓ ସଦସ୍ୟମାନଙ୍କୁ ସେମାନଙ୍କ ସାମାଜିକ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ରୋ ମାଙ୍ଗିଲାଲ ବଳଦେୱା, ରୋ. ବସନ୍ତ କୁମାର ପାଣିଗ୍ରାହୀ, ରୋ. ସୀତାକାନ୍ତ ଦାସ, ରୋ. ପ୍ରଣବ କୁମାର ସାହୁ, ରୋ. ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ରୋ. ସନ୍ତୋଷ କୁମାର ନାୟକ, ରୋ. ଉମାକାନ୍ତ ଜେନା, ରୋ. ପ୍ରମୋଦ କୁମାର ଜେନା, ରୋ. ବସନ୍ତ କୁମାର ସାମଲ, ରୋ. ଅଜିତ କୁମାର ଦାସ, ରୋ. ଗୟାଧର ପଣ୍ଡା, ରୋ. ବୈରାଗୀ ଧଳ ଏବଂ ରୋ. ଶରତ କୁମାର ପୁହାଣ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଅନ୍ତରେ ରୋ. ଶାନ୍ତି ସ୍ୱରୂପ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.