Home ଜିଲ୍ଲା ପରିକ୍ରମା ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ୍‌ର ସଫଳ ଉଦ୍ଧାର, ସୁରକ୍ଷିତ ଭାବେ ଚିକିତ୍ସାଳୟକୁ ସ୍ଥାନାନ୍ତର

ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ୍‌ର ସଫଳ ଉଦ୍ଧାର, ସୁରକ୍ଷିତ ଭାବେ ଚିକିତ୍ସାଳୟକୁ ସ୍ଥାନାନ୍ତର

2

ଭଦ୍ରକ, ୧ା୮(ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପରିସ୍ଥିତି ମଧ୍ୟରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତର କୁଆଁରୀଛତ୍ର ଗ୍ରାମର ରଞ୍ଜିତା ମହାନ୍ତି (ସ୍ୱାମୀ– ବିକାଶ ମହାନ୍ତି) ପ୍ରସବ ବେଦନା ଅନୁଭବ କରିବା ପରେ ଜିଲ୍ଲା ପ୍ରଶାସନଙ୍କ ସମନ୍ୱୟରେ ଓଡ୍ରାଫ୍‌ ଟିମ୍ ତାଙ୍କୁ ସଫଳତାର ସହ ଉଦ୍ଧାର କରିଛନ୍ତି। ଓଡ୍ରାଫ୍‌ ଟିମ୍ ପ୍ରଥମେ ରଞ୍ଜିତା ମହାନ୍ତିଙ୍କୁ ଉଦ୍ଧାର କରି କେଳାସାହି ଲିଫ୍ଟିଂ ପଏଣ୍ଟକୁ ସୁରକ୍ଷିତ ଭାବେ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସାଧୀନ ଥିବାବେଳେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବନ୍ୟା ସମୟରେ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍‌, ସ୍ୱାସ୍ଥ୍ୟ ବିଭାଗ ଓ ଜରୁରୀକାଳୀନ ସେବା ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଯୋଗୁଁ ଏହି ସଫଳ ଉଦ୍ଧାର ସମ୍ଭବ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.