Home ଜିଲ୍ଲା ପରିକ୍ରମା ଇସ୍କନ ସଂସ୍ଥାର ଅଦିନିଆ ରଥ ଯାତ୍ରାକୁ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ତିବ୍ର ବିରୋଧ

ଇସ୍କନ ସଂସ୍ଥାର ଅଦିନିଆ ରଥ ଯାତ୍ରାକୁ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ତିବ୍ର ବିରୋଧ

2

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସ୍କନ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଅଦିନିଆ ରଥ ଯାତ୍ରାକୁ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ପକ୍ଷରୁ ତିବ୍ର ବିରୋଧ କରାଯାଇଅଛି। ଇସ୍କନ ପକ୍ଷରୁ ଦର୍ଶାଯାଇ ଆସୁଅଛି ଯେ ଶାସ୍ତ୍ରିୟ ବିଧି ବିଧାନ ଅନୁସାରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଯେଉଁ ରଥଯାତ୍ରା ଆୟୋଜନ କରାଯାଉଛି ତାହା କେବଳ ଭାରତ ପକ୍ଷରେ ଲାଗୁ ହୋଇପାରେ କିନ୍ତୁ ବିଦେଶରେ ଏହା ଲାଗୁହେବା ଯଥାର୍ଥତା ନାହିଁ ବୋଲି ଦର୍ଶା ଯାଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ ତାର ଐତିର୍ଜ୍ୟ ପରମ୍ପରା ଓ ଆର୍ବିଭାବ ଇତ୍ୟାଦି ସଂସ୍କାର କ’ଣ ବିଦେଶରୁ ଆସିଛି କି ! ଏସବୁ ଆଧ୍ୟାତ୍ମିକ ଚିନ୍ତା ଓ ଭାବନା ଆମ ଭାରତୀୟ ସଂସ୍କୃତିର ଦିଗ୍‌ଦର୍ଶକ ଭାବରେ ପରିଚିତ ବିଭିନ୍ନ ପୌରାଣିକ ଶାସ୍ତ୍ର ବିଶେଷକରି ସ୍କନ୍ଧ ପୁରାଣର ତଥା ପ୍ରଚାରକଗଣ ଆମ ଭାରତୀୟ ସଂସ୍କୃତି ଓ ବିଚାରାଧାରାକୁ ସ୍ୱିକାର କରନ୍ତି ନାହିଁ ! ଯଦି ଏହାକୁ ଅସ୍ୱୀକାର କରନ୍ତି ତାହେଲେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ ପରିବର୍ତେ ଅନ୍ୟ କୌଣସି ବିଗ୍ରହଙ୍କ ଉଦ୍ଦେଶ୍ୟରେ ରଥ ନିର୍ମାଣ କରି ତାଙ୍କର ପର୍ବ ପାଳନ କରିବା ସମିଚୀନ ହୋଇପାରନ୍ତା। ଏ ସବୁ ଦୃଷ୍ଟିରୁ ଇସ୍କନ ସଂସ୍ଥାର ଏତାଦୃଶ କାର୍ଯ୍ୟକଳାପକୁ ତିବ୍ର ନିନ୍ଦା କରିବା ସଂଗେ ସଂଗେ ଏ ପ୍ରକାର ଅପସଂସ୍କୃତିକୁ ବିରୋଧ କରୁଅଛୁ। ଯେହେତୁ ଏହା ଆମ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଭକ୍ତାମାନଙ୍କୁ ଗଭୀର ଆଘାତ ପ୍ରଦାନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.