Home ଜିଲ୍ଲା ପରିକ୍ରମା କଂଟିକା ସ୍କୁଲରେ ଶିଶୁ ଉତ୍ସବ ସୁରଭି

କଂଟିକା ସ୍କୁଲରେ ଶିଶୁ ଉତ୍ସବ ସୁରଭି

7

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମ ପଂଚାୟତସ୍ଥିତ କଂଟିକା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବାପୁଜୀ ଆଂଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଳସାହି ଓ ରଇପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ୧୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଭରତ ଚନ୍ଦ୍ର କରଙ୍କ ସଭାପତିତ୍ୱରେ ଉଦଘାଟନ ସଭା ଅନୁଷ୍ଠିତ ହୋଇଥିଲା। ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କର ମୁଖ୍ୟ ଅତିଥି ଏବଂ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦାଶ ସମ୍ମାନିତ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଜେନ୍ଦ୍ର ଖଟୁଆ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ବ୍ରଜକିଶୋର ସିଅଳ ସଂଯୋଜନା କରିଥିଲେ। ପ୍ରତ୍ୟେକ ବ୍ୟକ୍ତିଗତ ପ୍ରତିଯୋଗିତାରୁ ଦୁଇଜଣ ଏବଂ ଦଳଗତ ପ୍ରତିଯୋଗିତାରୁ ଛଅଜଣ ଛାତ୍ରଛାତ୍ରୀଙ୍କୁ ଆଗାମୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାସ, ଗୋପାଳ ଖଟୁଆ, ଦୁଃଶାସନ ରାଉତ, ରମାକାନ୍ତ ବାରିକ ଓ ସୁମିତ୍ରା ବେହେରା ଉପସ୍ଥିତ ଥିଲେ। ସେହିପରି ଅଜିତ ଦାସ, କାମଦେବ ସେଠୀ, ଅନ୍ନପୂର୍ଣ୍ଣା ରାଉତ ଓ ଧର୍ମାନନ୍ଦ ଭାରତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.