Home ଜିଲ୍ଲା ପରିକ୍ରମା ବିଞ୍ଝାରେ ଜୈବସାର ତାଲିମ୍ ଶିବିର

ବିଞ୍ଝାରେ ଜୈବସାର ତାଲିମ୍ ଶିବିର

8

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜୈବସାର କ୍ଷେତ୍ର ତାଲିମ୍ ମାଧ୍ୟମରେ ଭଦ୍ରକର ଅଗ୍ରଣୀ ଚାଷୀ ଭାଇ ମାନେ ସ୍ଥାୟୀ କୃଷିକୁ ଆପଣାଇଛନ୍ତି । କୃଷି କ୍ଷେତ୍ରରେ ରାସାୟନିକ ସାର ଉପରେ ନିର୍ଭର ଶୀଳତା ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୁପ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଞ୍ଝା ଠାରେ ସିଆରଆରଆଇ ଜୈବ ସାର ପ୍ରୟୋଗ ଉପରେ ଚାଷୀ କ୍ଷେତ୍ର ବିଦ୍ୟାଳୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସଂପୃକ୍ତ ଅଚଂଳର ବିଭିନ୍ନ ସ୍ଥାନରୁ ୫୦ ରୁ ଉର୍ଦ୍ଧ ଅଗ୍ରଣୀ ଚାଷୀ ଯୋଗଦାନ କରି ତାଲିମ୍ ଗ୍ରହଣ କରିଥିଲେ । ଇନୋଭେଟିଭ୍ ମିଶନ୍ ଫାରର୍ମସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ କେନ୍ଦୁଆପଦା ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶାର ଧାନ ଭିତିକ ଫସଲ ଓ କୃଷି ପ୍ରଣାଳୀ ଉନ୍ନତ ମାନର ଜୈବ ଉପାଦାନର ଉତ୍ପାଦନ, ଲୋକପ୍ରିିୟ କରଣ ଓ ଯୋଗାଣ ପ୍ରକଳ୍ପ ଅଧିନରେ ଏହିି କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିିଆରଆରଆଇ କଟକର ସାଇକ୍ରିଷ୍ଣା ରେପାଲୀ ବିିଶେଷକରି ଏନଆରଆରଆଇ, ରାଇବୋଜୋମ୍‌, ପିଏସବି,ଟ୍ରାଇକୋଡ୍ରମ ଉପରେ ବୁଝାଇଥିଲେ । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ଗୈରୀଗଞ୍ଜନ ଜୈବ ସାର ପ୍ରୟୋଗ କରି ଚାଷୀ ମାନେ କିପରି ଲାଭବାନ ହୋଇ ପାରିିବେ ସେ ଉପରେ ମତ ରଖିଥିଲେ । ବୈଜ୍ଞାନିକ ତଥ୍ୟକୁ ବାସ୍ତବ ରୂପ ଦେବା ପାଇଁ ଟେକନିସିଆନ୍ ଅମିିତ କୁମାର ମାଇତି କ୍ଷେତ୍ର ପରିିିିିିିିିିିିିିିିିିିିିିିଦର୍ଶର୍ନର ନେତୃତ୍ୱ ନେଇଥିଲେ । ଏହିଅବସରରେ ଭଦ୍ରକର ଆତ୍ମ ନିର୍ଭରଶୀଳ ରାସାୟନିକ ମୁକ୍ତ ଚାଷୀ ସମ୍ପ୍ରଦାୟ ଗଠନ କରିବା ପାଇଁ ସ୍ଥିରିକୃତ କରାଯାଇଥିଲା । ପ୍ରଶିିକ୍ଷଣ ଶିବିରରେ କମ୍ପାନୀର ନିଦ୍ଦେର୍ଶକ ଭାସ୍କର ସାହୁ, ବନମାଳୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କମ୍ପାନୀର କାର୍ଯ୍ୟନିବାହୀ ଅଧିକାରିଣୀ ବର୍ଷା ପ୍ରିୟଦର୍ଶନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.