Home ଜିଲ୍ଲା ପରିକ୍ରମା ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍ ନଦେବାକୁ ନିର୍ବାଚନ ଆୟୋଗର ପଦକ୍ଷେପ,ଭଦ୍ରକ ଜିଲ୍ଲାର ୧୭୦୩ଟି ବୁଥ୍‌ରେ...

ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍ ନଦେବାକୁ ନିର୍ବାଚନ ଆୟୋଗର ପଦକ୍ଷେପ,ଭଦ୍ରକ ଜିଲ୍ଲାର ୧୭୦୩ଟି ବୁଥ୍‌ରେ ଅନୁଷ୍ଠିତ ହେଇଛି ସ୍ୱତନ୍ତ୍ର ଶିବିର

1

ଭଦ୍ରକ, ୧୫ା୧୦(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକାରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏବଂ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। ଏହି ଶିବିର ମାଧ୍ୟମରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ଭୋଟର ତାଲିକାରେ ଥିବା ତଥ୍ୟ ସଂଶୋଧନ ଏବଂ ନାମ ଯାଂଚ ଭଳି ସେବା ଯୋଗାଇ ଦିଆଯାଉଛି। ଭଦ୍ରକ ଜିଲ୍ଲାର ୧୭୦୩ଟି ବୁଥ୍‌ରେ ଏହି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। ଏଥିସହ ୨୦ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ୫ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମଧ୍ୟ ଦାୟିତ୍ୱରେ ରହିଛନ୍ତି। ଏହି ପ୍ରକ୍ରିୟାରେ ବୁଥ୍‌ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ଯୋଗ୍ୟ ନାଗରିକଙ୍କ ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଯାଂଚ କରୁଛନ୍ତି। ବିଶେଷକରି ନୂତନ ଭାବେ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବା ଯୁବକ-ଯୁବତୀଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ସଚେତନ କରାଯାଉଛି। ଏହାଦ୍ୱାରା ଯୋଗ୍ୟ ଯୁବ ଭୋଟରମାନେ ଯେପରି ପଞ୍ଜୀକରଣରୁ ବାଦ୍ ନପଡ଼ନ୍ତି ଏବଂ ନିଜର ମତଦାନ ଅଧିକାର ପାଇପାରନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇନାହିଁ, ସେମାନେ ସ୍ୱତନ୍ତ୍ର ଶିବିରରେ ଫର୍ମ-୬ ଦାଖଲ କରି ନାମ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏଥିସହ ନାଗରିକମାନେ ନିଜ ନାମ ଭୋଟର ତାଲିକାରେ ଅଛି କି ନାହିଁ, ତାହା ମଧ୍ୟ ଯାଂଚ କରିପାରିବେ। ଭୋଟର ତାଲିକା ସମ୍ପର୍କିତ କୌଣସି ଅଭିଯୋଗ, ତ୍ରୁଟି କିମ୍ବା ସହାୟତା ଆବଶ୍ୟକ ହେଲେ ସମ୍ପୃକ୍ତ ବୁଥ୍‌ସ୍ତରୀୟ ଅଧିକାରୀ , ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ କିମ୍ବା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାକୁ ଆହ୍ୱାନ ଦିଆଯାଇଛି। “ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଭୋଟ୍‌ର ଅଧିକାର ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ” ଏହି ବାର୍ତା ମାଧ୍ୟମରେ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.