Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କୁ ଫଟୋଚିତ୍ର ପ୍ରଦାନ କଲେ ନମିତା

ଜିଲ୍ଲାପାଳଙ୍କୁ ଫଟୋଚିତ୍ର ପ୍ରଦାନ କଲେ ନମିତା

1

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର ଜଣାଶୁଣା ଫଟୋ ଚିତ୍ରଶିଳ୍ପୀ ଶୁଶ୍ରୀ ନମିତା ବେହେରା ଆଜି ଭଦ୍ରକର ନୂତନ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ସହ ତାଙ୍କୁ ସ୍ୱହସ୍ତରେ ଆଙ୍କିଥିବା ଫଟୋଚିତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଖୁସି ପ୍ରକଟ୍ଟ କରିଥିବା ବେଳେ ଆଗକୁ ବଢିବା ନେଇ ପରାମର୍ଶ ଦେଇଛନ୍ତି । ପ୍ରକାଶଥାଉକି ଶୁଶ୍ରୀ ବେହେରା ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ସେ ୫ ଶହରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ରାଜ୍ୟପାଳ ହରିବାବୁ କମ୍ବମ୍‌ପଟ୍ଟି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକବର୍ଦ୍ଧନ ସିଂ ଦେଓ, ବାଚସ୍ପତି ସୁରମା ପାଢୀ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶି ସୂରଜ, ସାଂସଦ ବିଧାୟକ, ପ୍ରଶାସନିକ ଅଧିକାରୀ ବିଶେଷଙ୍କୁ ଭେଟି ଫଟୋଚିତ୍ର ପ୍ରଦାନ କରିସାରିଲେଣି । ଇତିମଧ୍ୟରେ ବିଭିନ୍ନ ରେକର୍ଡର ଅଧିକାରୀଣି ହୋଇ ସାରିଛନ୍ତି ସେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.