Home ଜିଲ୍ଲା ପରିକ୍ରମା ରାଜେନ୍ଦ୍ରପୁର ସାଧନକେନ୍ଦ୍ରରେ ସୁରଭି କାର୍ଯ୍ୟକ୍ରମ

ରାଜେନ୍ଦ୍ରପୁର ସାଧନକେନ୍ଦ୍ରରେ ସୁରଭି କାର୍ଯ୍ୟକ୍ରମ

2

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜେନ୍ଦ୍ରପୁର ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ରାଜେନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜିକା ଜ୍ୟୋତ୍ସ୍ନା କୁମାରୀ ବାରିକଙ୍କ ସଂଯୋଜନାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ଗୁଡ଼ି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ରପୁର ପଂଚାୟତ ର ସରପଂଚ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଶାନଶାସନ ପଂଚାୟତର ସରପଂଚ ମଧସ୍ମିତା ସାହୁ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟାପକ ଶଶଧର ସାହୁ , ସମ୍ମାନୀୟ ଅତିଥି ମାଧବୀ ସେଠୀ,ବିମଳ ଦାସ ,ସରୋଜ ବେହେରା ,ପ୍ରାକ୍ତନ ସଂଯୋଜକ କୈଳାସ ଚନ୍ଦ୍ର ସାମଲ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଠାରେ ଥିବା ଲୁକାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ମାର୍ଗ ବୋଲି ମତପ୍ରକାଶ କରିଥିଲେ। ମନସ୍ମିତା ବିଶ୍ୱାଳ ଅତିଥି ପରିଚୟ ଓ ବିଶ୍ୱମ୍ବର ମାଝୀ ଧନ୍ୟବାଦ ଦେଇଥିଲେ ।ବିତର୍କ ,ପ୍ରବନ୍ଧ ଲିଖନ ,ବକ୍ତୃତା ,ସୃଜନଶୀଳ ଲିଖନ ,ଚିତ୍ରାଙ୍କନ ,ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପ କଳା,ସଙ୍ଗୀତ ,ହସ୍ତାକ୍ଷର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ୧୪ଗୋଟି ବିଦ୍ୟାଳୟରୁ ପ୍ରାୟ ୧୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ,ମନୋଜ କୁମାର ଜେନା , ସମ୍ମାନୀୟ ଅତିଥି ଭାବରେ ଦୁଷ୍ମନ୍ତ ଜେନା ,ରୀନା ମାଝୀ ,ବିମ୍ବାଧର ଶଙ୍ଖୁଆ,ଅକ୍ଷୟ କୁମାର ମହାପାତ୍ର ,ଦିଗମ୍ବର ରାଉତ ଯୋଗଦେଇ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ବିଚାରକ ଭାବେ ସଞ୍ଜୟ ନନ୍ଦ, ସୁବାସ ପାଲଟା , ପଦ୍ମଲୋଚନ ମାଝୀ , ରତ୍ନାକର ଜେନା ,ବିଷ୍ଣୁମୋହନ ବେହେରା ବିଶ୍ୱମ୍ୱର ମାଝୀ ,କିଶୋର ଦାସ ,ନୃସିଂହ ସେଠୀ ,ତପନ ରାଉତ , ଶ୍ରୀକାନ୍ତ ପ୍ରସାଦ ବେହେରା , ଭୂପେଶ ଲେଙ୍କା ,ସୁଷମା ସେନାପତି ଯୋଗ ଦେଇଥିଲେ । ଉକ୍ତ କାର୍ଯ କର୍ମ ପରିଚାଳନାରେ ମାନସୀ ଜେନା ,ଅରୁଣ ସେଠୀ ,ଚନ୍ଦନ ଦାସ , ମଞ୍ଜୁଳା ସାହୁ ଓ ପରିଚାଳନା କମିଟିର ସଭାପତି ଜଗବନ୍ଧୁ ପରିଡ଼ା ଓ ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.