Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ୨୧ଦିନ ବ୍ୟାପି ଚନ୍ଦନଯାତ୍ରା ଆରମ୍ଭ, ଶିବଗଙ୍ଗା ପୁଷ୍କରିଣୀରେ ଚାପ ଖେଳିବେ ହରଗୌରୀ

ଆଖଣ୍ଡଳମଣିଙ୍କ ମନ୍ଦିରରେ ୨୧ଦିନ ବ୍ୟାପି ଚନ୍ଦନଯାତ୍ରା ଆରମ୍ଭ, ଶିବଗଙ୍ଗା ପୁଷ୍କରିଣୀରେ ଚାପ ଖେଳିବେ ହରଗୌରୀ

3

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋମବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ୨୧ଦିନ ବ୍ୟାପି ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ବାବାଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭୋର ୪ଟାରେ ବାବାଙ୍କ ପହଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୪ଟାରେ ବାବାଙ୍କ ବଡ଼ସିଂହାର ବେଶ ସମ୍ପନ୍ନ ହେବା ପରେ ଆଜ୍ଞାମାଳ ବିଜେ କରାଯାଇ ଶିବଗଙ୍ଗା ପୁଷ୍କରିଣୀରେ ପ୍ରସ୍ତୁତ ନନ୍ଦିଭୃଙ୍ଗି ନାମକ ଚାପ ଡଙ୍ଗାରେ ଲାଗି କରାଯାଇଥିଲା। ପରେ ଘଂଟାକିର୍ତନ ସହ ବାବାଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ବେଢ଼ା ପରିକ୍ରମା କରାଯିବା ସହ ଚନ୍ଦନ ମଣ୍ଡପକୁ ବିଜେ କରାଯାଇଥିଲା। ଚନ୍ଦନ ମଣ୍ଡପରେ ରୀତିନୀତି ଅନୁଯାୟୀ ଚନ୍ଦନ ନୀତିରେ ମହାସ୍ନାନ, ଚନ୍ଦନଲାଗି, ପଂଚ ଉପଚାରପୂଜା, ଯଜ୍ଞ ସରିବା ପରେ ଚାପ ଡଙ୍ଗାକୁ ମାର୍ଜନା କରାଯାଇ ବାବାଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ବିଜେ କରାଯାଇ ଚାପଖେଳ କରାଯାଇଥିଲା। ପରେ ଶୀତଳ ଉପଚାର ଭୋଗ ସହ ଅନ୍ନ ଭୋଗଲାଗି କରାଯାଇ ମନ୍ଦିରକୁ ବିଜେ କରାଯାଇଥିଲା। ଶୃଙ୍ଖଳିତ ନୀତି ଓ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.