ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈଶାଖ ମାସର ପ୍ରଥମ ସୋମବାରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ହଜାରହଜାର ଭକ୍ତଙ୍କ ଭିଡ଼ ଜମିଥିଲା ପୀଠରେ। ଗ୍ରୀଷ୍ମଋତୁର ରୁଦ୍ରତାପରୁ ଉପଶମ ନିମନ୍ତେ ଆଖଣ୍ଡଳମଣିଙ୍କ ମନ୍ଦିରରେ ଏକମାସ ଧରି ଶୀତଳ ଉପଚାର ବା ଜଳଛାୟା ନୀତି ଅନୁଷ୍ଠିତ ହେଉଅଛି। ଏଥିପାଇଁ ପରମ୍ପରା ଅନୁସାରେ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଧରି ବାବାଙ୍କ ପାଖକୁ ଆସି ସେବାୟତଙ୍କ ଦ୍ୱାରା ଜଳଲାଗି କରିଥାନ୍ତି। ଅନ୍ୟପଟେ ମଣି ବାବାଙ୍କ ଦର୍ଶନ ପାଇଁ ହଜାରହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ ଲାଗିଥିଲି ପୀଠରେ। ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ଭିତରେ ବାହାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଦୈନନ୍ଦିନ ନୀତିନୀର୍ଘଂଟର ସାମନ୍ୟ ପରିବର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି ଲାଗି ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ସମ୍ପନ୍ନ ହେବା ପରେ ସକାଳ ୫ଟାରୁ ଗୋପାଳଭକ୍ତମାନେ ଧାଡିରେ ଯାଇ ଜଳଲାଗି କରିଥିଲେ। ସମସ୍ତ ସକାଳ ଧୂପ ମଧ୍ୟାହ୍ନ ୨ଟା ସୁଧା ସରିବା ପରେ ଅବକାଶ ନୀତି କରାଯାଇ ଅକ୍ଷୟତୃତୀୟା ନୀତି ପ୍ରସ୍ତୁତ ହୋଇଥିଲା। ପରେ ବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି।
Home ଜିଲ୍ଲା ପରିକ୍ରମା ବୈଶାଖ ମାସର ପ୍ରଥମ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାରହଜାର ଭକ୍ତ, ଅକ୍ଷୟତୃତୀୟା ନୀତୀ ପାଇଁ...








