Home ଜିଲ୍ଲା ପରିକ୍ରମା ନାଆମୀ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର

ନାଆମୀ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର

1

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନାଆମୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱତନ୍ତ୍ର ଶୀତ କାଳୀନ ସେବା ଶିବିର ଗତ ୨ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଦିନ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଡ଼ ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଯୋଗଦାନ କରିଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ କମଳାକାନ୍ତ ଓଝା ଯୋଗଦାନ କରିଥିଲେ। ସଭା ଜାତୀୟ ସେବା ଯୋଜନାର ସଂଯୋଜକ ଡ଼ ଅଜୟ କୁମାର ପ୍ରଧାନଙ୍କ ସଂଚାଳନାରେ କର୍ମଶାଳା ସାତ ଦିନ ଚାଲିଥିଲା । ରବିବାର ଅନ୍ତିମ ଦିବସରେ ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉଦଯାପନୀ ଦିବସରେ ନାଆମୀ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନେ ଅଧ୍ୟକ୍ଷଙ୍କ ଉପସ୍ଥିତରେ ବୃକ୍ଷ ରୋପଣ କରିଥିଲେ। କର୍ମଶାଳାରେ ବିଭିନ୍ନ ତାଲିମ ଦିଆ ଯାଇଥିଲା।ପ୍ରୋଗ୍ରାମ ଅଫିସର ଡ଼ ଅଜୟ କୁମାର ପ୍ରଧାନ ବ୍ୟକ୍ତିତ୍ୱ ବିକାଶ କିପରି ଜାତୀୟ ସେବା ଯୋଜନା ମାଧ୍ୟମରେ ସମ୍ଭବ ହେବ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଡ଼ ଚିତରଞ୍ଜନ ରାଉତ ସ୍ୱେଛାସେବୀ ମାନଙ୍କୁ ବସୟ ଟ୍ରେନିଂ ପ୍ରଦାନ କରିଥିଲେ।ଅଧ୍ୟାପକ ବନମାଳୀ ପଣ୍ଡା ଅର୍ଥନୈତିକ ସାକ୍ଷରତା ଓ ଡ଼ ସନ୍ତୋଷ ମହାପାତ୍ର ଛାତ୍ର ନେତୃତ୍ୱ ଏବଂ ସମାଜସେବା ଉପରେ ସ୍ୱେଚ୍ଛାସେବୀର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ଅଧ୍ୟାପକ ଚିନ୍ତାମଣି ମହାକୁଡ଼ ଏବଂ ପ୍ରଦୀପ ସ୍ୱାଇଁ ଯୋଗ ତାଲିମ ଦେଇଥିଲେ। ଡ଼ ରଘୁନାଥ ସାହୁ ଏବଂ ଅଧ୍ୟାପକ ଚିତରଞ୍ଜନ ରାଉତ ପିଲାମାନଙ୍କୁ ପଥପ୍ରାନ୍ତ ନାଟକ ପାଇଁ ନିର୍ଦେଶନା ଦେଇଥିଲେ ଏବଂ ସ୍ୱେଚ୍ଛାସେବୀ ମାନେ ନିଶା ନିବାରଣ ଉପରେ ନାଟକ ପରିବେଷଣ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀ ରୁପାଲୀ ବେହେରା ଜାତୀୟ କ୍ୟାମ୍ପରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଯୋଗୁଁ ତାଙ୍କୁ ଅଧ୍ୟକ୍ଷ ସମ୍ମାନିତ କରିଥିଲେ। ସ୍ୱେଚ୍ଛାସେବୀ ତନୁଶ୍ରୀ ପାଢ଼ୀ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.