Home ଜିଲ୍ଲା ପରିକ୍ରମା ନିର୍ମାଣାଧୀନ ରାସ୍ତାରେ ଅଘଟଣ, ଅଳ୍ପକେ ବର୍ତିଲେ ନାବାଳକ, ଠିକାଦାରଙ୍କ କାର୍ଯ୍ୟଶୈଳୀକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ନିର୍ମାଣାଧୀନ ରାସ୍ତାରେ ଅଘଟଣ, ଅଳ୍ପକେ ବର୍ତିଲେ ନାବାଳକ, ଠିକାଦାରଙ୍କ କାର୍ଯ୍ୟଶୈଳୀକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

3

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତା ନିର୍ମାଣ ଚାଲିଛି, ହେଲେ ଯାତାୟାତ ପାଇଁ ନାହିଁ ସୁରକ୍ଷା ବ୍ୟବସ୍ଥା। ଫଳରେ ଅସୁସ୍ଥ ନାବାଳକଙ୍କୁ ମେଡିକାଲ ନେବା ବେଳେ ଘଟିଲା ଅଘଟଣ। ଏଭଳି ଏକ ଘଟଣା ଧାମନଗର ବ୍ଲକ ଭଗବାନପୁର ପଂଚାୟତ ଅନ୍ତର୍ଗତ ଅନହରପୁର ରାଜସ୍ୱ ମୌଜାର ତେନ୍ତୁଳିପୋଖରୀ ଗ୍ରାମରେ ଘଟିଛି। ଗ୍ରାମର ପରୀକ୍ଷିତ ଜେନାଙ୍କ ୧୨ ବର୍ଷୀୟ ପୁଅ ଜନ୍ମଜୟ ଜେନା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ବୁଦ୍ଧିରାମ ଜେନାଙ୍କ ପୁଅ ଧନେଶ୍ୱର ଜେନା ତାଙ୍କୁ ତୁରନ୍ତ ଧାମନଗର ମେଡିକାଲକୁ ନେଇ ଯାଉଥିଲେ। ତେବେ ଗ୍ରାମର ମୁଖ୍ୟ ରାସ୍ତାରେ ବ୍ଲକ ପକ୍ଷରୁ ଅନୁମୋଦିତ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ବାଲି ଓ ଚିପ୍ସ ପଡ଼ି ରହିଥିଲା। ଏଥିଯୋଗୁଁ ଭାରସାମ୍ୟ ହରାଇ ସେମାନେ ନିକଟସ୍ଥ ଜଳାଶୟରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନାବାଳକଙ୍କୁ ଧାମନଗର ମେଡିକାଲ ପଠାଇଥିଲେ। ନିର୍ମାଣାଧୀନ ରାସ୍ତାରେ ସତର୍କ ସୂଚନା ଫଳକ, ବାରିକେଡ୍ କିମ୍ବା ବିକଳ୍ପ ଯାତାୟାତ ବ୍ୟବସ୍ଥା ନକରି ସମ୍ପୂର୍ଣ୍ଣ ରାସ୍ତାକୁ ଅବରୋଧ କରି କାର୍ଯ୍ୟ କରାଯାଉଥିବାରୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଅଣଦେଖା କରି କେଉଁ ପରିସ୍ଥିତିରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ, “ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ୨୦୨୬-୨୭ ଆର୍ôଥକ ବର୍ଷରେ ତେନ୍ତୁଳିପୋଖରୀ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ୩ ହଜାର ୬୫୦ ଟଙ୍କା ଅନୁମୋଦନ ହୋଇଛି। ତେବେ ନିର୍ମାଣ କାର୍ଯ୍ୟର ମାନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଘଟଣାରେ ଚୈତନ୍ୟ ଜେନା, ଜୟନ୍ତୀ ଦଳେଇ, ବୁଦ୍ଧିରାମ ଜେନା, ସନାତନ ଦେହୁରୀ ଓ ଗୋଲାପୀ ଜେନାଙ୍କ ସମେତ ଗ୍ରାମବାସୀ ବ୍ଲକ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ନିର୍ମାଣ କାର୍ଯ୍ୟର ତଦନ୍ତ, ଗୁଣବତା ଯାଂଚ ଓ ସ୍ୱଚ୍ଛତାର ସହ କାମ ସମ୍ପନ୍ନ କରିବା ସହ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.