ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନ୍ତେଇ ନଈରେ ଯୁବତୀଙ୍କ ମୃତଦେହ ନ ପାଇ ଓଡ୍ରାଫ ଟିମ ଓ ଦମକଳ ବାହିନୀ ନିରାଶ ହୋଇ ଫେରିଥିବା ଜଣାଯାଇଛି। ସେମାନେ ବହୁ ଖୋଜାଖୋଜି କରିବା ପରେମଧ୍ୟ ଯୁବତୀର ମୃତଦେହ ପାଇନଥିଲେ।ତେବେ ଗତ ୨୭ତାରିଖ ରାତିରୁ ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତ ଅଧୀନ ହରିପୁର ଗ୍ରାମରୁ ନିଖୋଜ ହୋଇଥିବା ଯୁବତୀ ପୂଜାରାଣୀ ବାରିକ (୧୯)ଙ୍କ ମୃତଦେହ ମିଳିବା ଆଶା ମଉଳି ଯାଇଛି। ପୂଜାରାଣୀଙ୍କ ପିୟୁସୀ ହରିପୁର ଗ୍ରାମର ବାସନ୍ତୀ ମହାନ୍ତି ପୀରହାଟ ଥାନାରେ ଗତ ୨୮ତାରିଖରେ ଦେଇଥିବା ଏତଲାରୁ ଜଣାଯାଇଛି ଯେ, ପୂଜାରାଣୀଙ୍କ ମା ବାପା ମୁମ୍ବାଇରେ କାମ କରୁଥିବାରୁ ବିଗତ ୧୧ବର୍ଷ ହେଲା ସେ ତାଙ୍କ ପାଖରେ ରହିଥିଲେ କ୍ଷ ଯୁକ୍ତ ୨ପାସ କରିବା ପରେ ପୂଜାରାଣୀ ନର୍ସିଙ୍ଗ ପଢ଼ିବା ପାଇଁ ପଢାପଢି କରୁଥିଲେ କ୍ଷ ଗତ ୨୭ତାରିଖ ରାତିରେ ଉଭୟ ପିୟୁସୀ ଝିଆରୀ ସାଙ୍ଗ ହୋଇ ଶୋଇଥିଲେ । ରାତି ୧ଟା ବେଳେ ବର୍ଷା ହେବାରୁ ବାସନ୍ତିଙ୍କ ନିଦ ଭାଙ୍ଗି ଯାଇଥିଲା ଏବଂ ପୂଜାରାଣୀ ବିଛଣାରେ ନଥିବା ସେ ଦେଖିବାକୁ ପାଇଥିଲେ । ପରେ ସେ ତାଙ୍କୁ ଚାରିଆଡେ ଖୋଜାଖୋଜି କରି ମଧ୍ୟ ପାଇନଥିଲେ । ବାସନ୍ତୀ ଘଟଣା ସମ୍ପର୍କରେ ତାଙ୍କ ଭାଇ ଭୁବନମୋହନ ବାରିକଙ୍କୁ ଜଣାଇବା ସହ ପରଦିନ ପୀରହାଟ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗ କ୍ରମେ ଏକ ନିଖୋଜ ମକଦ୍ଦମା (ନଂ ୯୨/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତେବେ ଘଟଣାର ୩ଦିନ ପରେ ଗୁରୁବାର ଘେଂଟଶ୍ୱର ଫାଣ୍ଡି ଅଧୀନ ବାଲିଆପାଳ ନିକଟରେ ମନ୍ତେଇ ନଈରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଘେଂଟଶ୍ୱର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ଏଥିପ୍ରତି ଗୁରୁତ୍ୱ ଦେଇନଥିଲା । ପରଦିନ ଅପରାହ୍ନରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ଯୁବତୀଙ୍କର କୌଣସି ସନ୍ଧାନ ପାଇନଥିଲେ । ତେବେ ମୃତଦେହ ବାଂଶଡା ଥାନା ଅଧୀନ ମନ୍ତେଇ ନଈ ଘାଟ ପାଖରେ ଭାସୁଥିବା ଖବର ଶନିବାର ମିଳିବା ପରେ ବାଂଶଡା ଥାନା ଓ ପୀରହାଟ ଥାନା ପୋଲିସ ଓଡ୍ରାଫ ଟିମ ଏବଂ ଦମକଳ ବାହିନୀ ସହ ସେଠାରେ ପହଂଚିଥିଲା । ନଈରେ ଖୋଜାଖୋଜି କରିବାକୁ ପ୍ରସ୍ତୁତ ହେବା ବେଳକୁ ପାୱାର ବୋଟ ଷ୍ଟାର୍ଟ ହୋଇନଥିଲା । ବୋଟକୁ ସଜଡ଼ା ଯିବା ସହ ଅନ୍ୟ ଏକ ବୋଟ ସହାୟତାରେ ଖୋଜିବା ପରେବି ମୃତଦେହର କୌଣସି ସନ୍ଧାନ ମିଳିପାରିନାହିଁ । ତେବେ ଯୁବତୀଙ୍କ ପିୟୁସୀ ଓ ତାଙ୍କ ସମ୍ପର୍କୀୟମାନେ ଏକ ଘରୋଇ ଡଙ୍ଗା ସହାୟତାରେ ମୃତଦେହକୁ ଖୋଜାଖୋଜି କରୁଥିବା ଜଣାଯାଇଛି । ତେବେ ପୂଜାରାଣୀଙ୍କ ମୃତ୍ୟୁ ଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯିବ।ତା ପରେ ରହସ୍ୟ ମୃତ୍ୟୁର ସତ୍ୟତା ଉନ୍ମୋଚିତ ହେବ ବୋଲି ଆଲୋଚନାହେଉଛି।
Home ଜିଲ୍ଲା ପରିକ୍ରମା ମନ୍ତେଇ ନଈରେ ନିଖୋଜ ଯୁବତୀଙ୍କ ମୃତଦେହ ନପାଇ ଫେରିଲେ ଓଡ୍ରାଫ ଟିମ, ଦମକଳ ବାହିନୀ,୨୭ରାତିରୁ ଯୁବତୀ...








