Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍‌ରେ ବିଜେପି କର୍ମୀଙ୍କ ବିକ୍ଷୋଭ, ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଅଫିସ୍‌ରେ ତାଲା

ଭଦ୍ରକ ବ୍ଲକ୍‌ରେ ବିଜେପି କର୍ମୀଙ୍କ ବିକ୍ଷୋଭ, ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଅଫିସ୍‌ରେ ତାଲା

1

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦଳରୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ତାଲାପକା ଆନ୍ଦୋଳନ କରାଯାଇଛି। ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକାରୀମାନେ ତାଙ୍କର ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିବା ପାଇଁ ବିଭିନ୍ନ ପ୍ଲା କାର୍ଡ ଧାରି ନାରାବାଜି କରିଥିଲେ। ଏପରିକି ପଂଚାୟତ ସମିତି କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ମୂଳେ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ପୂର୍ବରୁ ବିଜେଡିରେ ଥାଇ ଅଧ୍ୟକ୍ଷା ପଦ ହାତେଇଥିବାବେଳେ ପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ବ୍ଲକରେ ବିନା ଗ୍ରାମସଭା ଓ ପଲ୍ଲି ସଭା କରି କେତେକ କାର୍ଯ୍ୟ ହେଉଥିବା ଅଭିଯୋଗ ଆଣିବା ସହ ସେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ସେ ବିଜେପି ଦଳରେ ଥାଇ ପଂଚାୟତ ସମିତିର କୌଣସି ସମସ୍ୟା କୁ ନେଇ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କ ନଜରକୁ ନଆଣି ଏଭଳି ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା ଫଳରେ ସାଧାରଣ ଲୋକଙ୍କ ସ୍ୱାର୍ଥ ହାନି ହେଉଛି। ଏଣୁ ଆଜି ବିଜେପି ସମର୍ଥକ ମାନେ ତାଙ୍କର ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇବା ସହ ଭଦ୍ରକ ବ୍ଲକ୍ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.