Home ଜିଲ୍ଲା ପରିକ୍ରମା ଅଲ୍ ଓଡିଶା ଓପନ୍ ବଡି ବିଲ୍ଡିଂ ଚାମ୍ପିଅନସିପ୍

ଅଲ୍ ଓଡିଶା ଓପନ୍ ବଡି ବିଲ୍ଡିଂ ଚାମ୍ପିଅନସିପ୍

3

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୌରାଂଚଳ ପୁରୁଣା ବଜାର ଅନ୍ତର୍ଗତ ଅଲାଲପୁର ଛକ ରୟାଲ ପ୍ୟାଲେସ୍ ପରିସର ରେ ହୈଦରି ମଲ୍ଟି ଜିମ୍ ପକ୍ଷରୁ ଆୟୋଜିତ “ଅଲ୍ ଓଡିଶା ଓପନ୍ ବଡି ବିଲ୍ଡିଂ ଚାମ୍ପିଅନସିପ୍‌” ଏକ ସ୍ମରଣୀୟ କ୍ରୀଡା ଉତ୍ସବ ଭାବେ ଅନୁଭବିତ ହେଲା। ଶକ୍ତି, ଶୃଙ୍ଖଳା ଓ ସଂଯମର ଅଦ୍ଭୁତ ସମନ୍ୱୟ ଦେଖାଇ ଯୁବ ପ୍ରତିଯୋଗୀମାନେ କେବଳ ପୁରସ୍କାର ପାଇଁ ନୁହେଁ ସ୍ୱସ୍ଥ ଜୀବନ ଶୈଳୀର ଏକ ପ୍ରେରଣାଦାୟକ ସନ୍ଦେଶ ସମାଜକୁ ଦେଇଥିଲେ। ଏହି ଗରିମାମୟ ଅବସରରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରାଦ୍ଧ୍ୟକ୍ଷା ଗୁଲମକ୍କି ହବିବ, ୱାର୍ଡ ନଂ–୧୦ ପାରିଷଦ ପ୍ରତିନିଧି ପଙ୍କଜ ବଳ, ବରିଷ୍ଠ ନେତା ମୁକିତ୍ ଖାନ, ଅଶ୍ରଫ ଅଲ୍ଲୀ ଖାନ, ମେହେବୁବ ଖାନ, ଯୁବନେତା ଶ୍ରୀ ବିକାଶ ଶ୍ରେଷ୍ଠା ଙ୍କ ସହ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଓ ଅତିଥିମାନେ ଯୋଗଦେଇ ପ୍ରତିଭାଶାଳୀ ଖେଳାଳିମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ପ୍ରତିଯୋଗିତା ଆମକୁ ପୁନଃ ସ୍ମରଣ କରାଇଲା ସ୍ୱସ୍ଥ ଦେହରେ ସ୍ୱସ୍ଥ ମନ, ଏବଂ ସ୍ୱସ୍ଥ ମନରେ ସ୍ୱସ୍ଥ ସମାଜ ଓ ଶକ୍ତିଶାଳୀ ରାଷ୍ଟ୍ରର ଭିତି ଗଢ଼ିଉଠେ । ଏମିତି ସକାରାତ୍ମକ ପଦକ୍ଷେପ ପାଇଁ ଆୟୋଜକମାନଙ୍କୁ ଅଭିନନ୍ଦନ ଓ ସମସ୍ତ ପ୍ରତିଯୋଗୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.