Home ଜିଲ୍ଲା ପରିକ୍ରମା ପାଖେଇ ଆସୁଛି ଜାଗର ସଜେଇ ହେଲାଣି ଆଖଣ୍ଡଳମଣିଙ୍କ ମନ୍ଦିର,ଜାଗରଯାତ୍ରା ପାଇଁ ୨ୟ ସମନ୍ୱୟ ବୈଠକ,୩ ଦିନ...

ପାଖେଇ ଆସୁଛି ଜାଗର ସଜେଇ ହେଲାଣି ଆଖଣ୍ଡଳମଣିଙ୍କ ମନ୍ଦିର,ଜାଗରଯାତ୍ରା ପାଇଁ ୨ୟ ସମନ୍ୱୟ ବୈଠକ,୩ ଦିନ ମଧ୍ୟରେ ରାସ୍ତା ମରାମତି ନହେଲେ ସେବାପୂଜା ବନ୍ଦ କରିବେ ସେବାୟତ!

0

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ସଜେଇ ହେଲାଣି ମୁଖ୍ୟ ମନ୍ଦିର ସହ ବେଢ଼ା ପରିସର। ଚିତ୍ରକାର ସ୍ୱୋକାରୀଙ୍କ ପକ୍ଷରୁ ଦିନରାତି ଚାଲିଛି ରଙ୍ଗ କାର୍ଯ୍ୟ। ସେହିପରି ଚଳିତବର୍ଷ ମନ୍ଦିର ପରିସର ଓ ପୀଠକୁ ଆକର୍ଷଣୀୟ ଆଲୋକ ସଜ୍ଜା କରାଯିବ ବୋଲି ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟେ୍ୱାର୍ଡ ଟ୍ରଷ୍ଟି ସୈାରଭ ଚକ୍ରବର୍ତୀ କହିଛନ୍ତି। ସୋମବାର ବାବାଙ୍କ ଅତିଥି ଭବନ ପରିସରରେ ଜାଗରଯାତ୍ରା ପାଇଁ ୨ୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ, ଉପଜିଲାପାଳ ତଥା ଟ୍ରଷ୍ଟି ସୈାରଭ ଚକ୍ରବର୍ତୀ, ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ବିଧାୟକ ପ୍ରତିନିଧି ତଥା ଜିଲ୍ଲାପରିଷଦ ସଭ୍ୟ ପ୍ରିନ୍ସରାକେଶ ନାୟକ, ଚାନ୍ଦବାଲି ତହସିଲଦାର ଭ୍ୱତୋଷ ମଲିକ, ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି , ଧୁଷୁରୀ ଥାନା ଅଧିକାରୀ ଅଜୟ ୍ୱାଗେ, ଟ୍ରଷ୍ଟେ୍ୱାର୍ଡସଭ୍ୟ ସରୋଜ ଦାସ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସେବାୟତ ବିଜୟ କୁମାର ଦାଶ, ଆଶିଷ ପାଢୀ, ଅରବିନ୍ଦ ପାଢ଼ୀଙ୍କ ସହ ଜିଲା ଲୋକସର୍ମ୍ପକ ଅଧିକାରୀ, ଏ୍ୱିଡିଓ, ଜିଲା ଜଳପରିମଳ ବିଭାଗ, ରାସ୍ତା ଗୃହ ନିର୍ମାଣ ବିଭାଗର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ ଜିଲାର ବ୍ୱିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ଦୀର୍ଘ ୧୦କିମି ରାସ୍ତା ଖାଲଖମା ସୃଷ୍ଟି ହେବା ସହ ସେଂଟ୍ରାଲ ଓ କର୍ସର ଗୁଣ୍ଡ କୁଢକୁଢ ପଡି ରହିଥିବାରୁ ବହୁ ଦୂର୍ଘଟଣା ଘଟୁଛି। ଏପରିକି ଜାଗରଯାତ୍ରାରେ ଲକ୍ଷାଧିକ ଭକ୍ତ ଯାତାୟତ କରିବେ। ଏଥିପାଇଁ ରାସ୍ତା ମରାମତି ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପୂର୍ବ ବୈଠକରେ କୁହାଯାଇଥିଲେ ମଧ୍ୟ ମରାମତି ସୋଇନଥିବାରୁ ବୈଠକରେ ଅସନ୍ତୋଷ ଦେଖାଦେଇଥିଲା। ଏପରିକି ସେବାୟତମାନେ ଏନେଇ ହଟ୍ଟଗୋଳ କରିବା ସହ ଯଦି ଜାଗରଯାତ୍ରା ପୂର୍ବରୁ ରାସ୍ତା ମରାମତି ନହୁଏ ତାହାଲେ ଜାଗର ନୀତିକାନ୍ତି ବନ୍ଦ କରିବେ ବୋଲି କହିଥିଲେ। ସେହିପରି ପୀଠକୁ ସଂଯୋଗ କରୁଥିବା ଧାନଖଣିଆ ଆରଡି ରାସ୍ତା ସହ କୁଳେଇପଦା ଠାରୁ ଚାନ୍ଦପୁର ଯାଏଁ ଖାଲଖମା ରାସ୍ତାର ମରାମତି ପାଇଁ ଆଲୋଚନା କରାଯାଇଥିଲା। ତାହା ସହ ପୀଠରେ ଅଚଳ ଥିବା ଷ୍ଟ୍ରିପ ଲାଇଟ ର ତୁରନ୍ତ ମରାମତି, ଶୈଚାଳୟ ଗୁଡିକୁ କାର୍ଯ୍ୟକ୍ଷମ କରିବା ଆଦି ଉପରେ ଗୁରୁତ୍ୱର ଭାବେ ଆଲୋଚନା କରାଯାଇଥିଲା। ଚଳିତ ଜାଗରଯାତ୍ରାରେ ୍ୱ୍ୟାପକ ପୁଲିସ ମୃତ୍ୟୟନ ରହିବା ସହ ଭିଡ ସ୍ଥାନରେ ସିସିଟିଭି କ୍ୟାମେରା ଓ ଡ୍ରୋନ ଦ୍ୱାରା ଭିଡିଓ ଉତୋଳନ କରାଯି୍ୱା ପାଇଁ ଅତିରିକ୍ତ ଏସପି ଶ୍ରୀ ଦ୍ୱିବେଦୀ କହିଥିଲେ। ପରେ ଅଧିକାରୀମାନେ ମନ୍ଦିର ପରିସର ସହ ନଦୀଘାଟ, ଦର୍ଶନ ବ୍ୟାରିକେଡ଼ ଆଦି ସ୍ଥାନ ବୁଲି ଦେଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.