Home ଜିଲ୍ଲା ପରିକ୍ରମା ବକେୟା ପ୍ରାପ୍ୟ ଓ ଭତା ଟଙ୍କା ନପାଇ ଆମରଣ ଅନଶନରେ ବସିଲେ ଭିନ୍ନକ୍ଷମ

ବକେୟା ପ୍ରାପ୍ୟ ଓ ଭତା ଟଙ୍କା ନପାଇ ଆମରଣ ଅନଶନରେ ବସିଲେ ଭିନ୍ନକ୍ଷମ

1

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନିଜର ବକେୟା ପ୍ରାପ୍ୟ ଓ ଭତା ଟଙ୍କା ପାଇବା ଦାବିରେ ଆଜି ଭଦ୍ରକ ଜିଲା ବନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭିନ୍ନକ୍ଷମ ବ୍ୟକ୍ତି ନିଜର ପତ୍ନୀ ସହ ଆମରଣ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ବ୍ଲକ୍ ଅଧୀନ ସେଣ୍ଢତିରା-ଫୁଲଗଡିଆ ଗ୍ରାମନିବାସୀ କୈଳାସ ଚନ୍ଦ୍ର ମହାପାତ୍ର, ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ଏହି ବ୍ଲକ୍‌ର ସିଡିପିଓଙ୍କ ଗାଡି ଚାଳକ ଭାବେ ଗତ ୨୦୧୨ ମସିହା ଡିସେମ୍ବର ୧୩ ତାରିଖରୁ ୨୦୧୫ ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ତେବେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସମୟରେ ତାଙ୍କର ପ୍ରାପ୍ୟ ବାବଦ ୫୨ ହଜାର ୧୬୬ ଟଙ୍କା ବାକି ରହିଥିଲା। ଇତିମଧ୍ୟରେ ସେ ଦୁଇବର୍ଷ ତଳେ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇ ସରକାରଙ୍କ ପ୍ରଦତ ହୁଇଲ୍ ଚେୟାରରେ ବସି ଯିବାଆସିବା କରୁଛନ୍ତି। ସେ ୮୦ ଭାଗ ଶାରୀରିକ ଅକ୍ଷମ ହୋଇଥିବାବେଳେ ମାସକୁ ମାତ୍ର ୧୨ ଶହ ଟଙ୍କା ଭତା ପାଉଛନ୍ତି। ତେଣୁ ତାଙ୍କର ବକେୟା ପ୍ରାପ୍ୟ ଓ ସରକାରୀ ନିୟମ ଅନୁସାରେ ଭତା ଟଙ୍କା ନପାଇବା ଫଳରେ ନିଜର ଚିକିତ୍ସା ଓ ପରିବାର ପ୍ରତିପୋଷଣ କରିବା ଦୁର୍ବିସହ ହୋଇପଡିଛି। ଇତିମଧ୍ୟରେ ସେ ଦୁଇ ଦୁଇ ଥର ଗତ ୨୦୨୪ ଡିସେମ୍ବର ୩୦ ତାରିଖ ଓ ୨୦୨୫ ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଶରଣ ହୋଇ ସାକ୍ଷାତ୍ କରିଛନ୍ତି। କିନ୍ତୁ ଉକ୍ତ ପ୍ରାପ୍ୟ ପାଇବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରୁ ଯାହା ନିର୍ଦ୍ଦେଶ ଆସିଛି, ତାହା ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ କରାଯାଇନାହିଁ। ଭତା ମଧ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇନାହିଁ। ଏଣୁ ଜଣେ ପକ୍ଷାଭାତ ରୋଗୀ ଭାବେ ସେ ନିଜର ପ୍ରାପ୍ୟ ଓ ଉଚିତ୍ ଭତା ଟଙ୍କା ଆଜିସୁଦ୍ଧା ନପାଇଲେ ବ୍ଲକ୍ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ। ଇତିମଧ୍ୟରେ ସେ ନିଜର ପ୍ରାପ୍ୟ ଟଙ୍କା ନପାଇବାରୁ ବାଧ୍ୟହୋଇ ବ୍ଲକ୍ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.