Home ଜିଲ୍ଲା ପରିକ୍ରମା ଘରେ ଶୋଇଥିବାବେଳେ ଗ୍ରୀଲ୍ ତାଡି ଲୁଟିନେଲେ ସୁନାଗହଣା ଓ ନଗଦ ଟଙ୍କା

ଘରେ ଶୋଇଥିବାବେଳେ ଗ୍ରୀଲ୍ ତାଡି ଲୁଟିନେଲେ ସୁନାଗହଣା ଓ ନଗଦ ଟଙ୍କା

1

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ରାତିରେ ଘରେ ଶୋଇଥିବାବେଳେ ଚୋରମାନେ ଅନ୍ୟ ଏକ ଘରର ଲୁହାଗ୍ରୀଲ୍ ତାଡି ଝରକାପଟେ ପଶି ଗୃହକର୍ତାଙ୍କ ଗଡରେଜ ଆଲମିରାରେ ଥିବା ପ୍ରାୟ ୮-୯ ଭରିରୁ ଉର୍ଦ୍ଧ୍ୱ ସୁନା ଓ ୧୦ ଭରି ରୂପା ଅଳଙ୍କାର ସହିତ ନଗଦ ୧ ଲକ୍ଷ ଟଙ୍କା ନେଇଯାଇଥିବାର ଅଭିଯୋଗ ହୋଇଛି। ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ମଠସାହି ନିବାସୀ ଗୌରହରି ସାହୁ ଦେଇଥିବା ଏତଲା ମୂଳେ ତାଙ୍କର ପତ୍ନୀ ବାହାରକୁ ଯାଇଥିବାବେଳେ ସେ ଏକାକୀ ଗତକାଲି ରାତିରେ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ସେ ସକାଳେ ଉଠିବା ପରେ ପଡୋଶୀ ଲୋକେ ତାଙ୍କର ଝରକା ଗ୍ରୀଲ୍ ବାହାର ପଟୁ ତଡା ହୋଇଥିବା ବିଷୟ କହିଥିଲେ। ଏଣୁ ଉକ୍ତ ଘଟଣାର ଖବର ପାଇ ସହରାଂଚଳ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.