Home ଜିଲ୍ଲା ପରିକ୍ରମା ଅସୁରାଳି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଅସୁରାଳି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

8

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅସୁରାଳି ସ୍ଥିତ ଷ୍ଟ୍ରକଚର ପଡ଼ିଆରେ ମଙ୍ଗଳବାର ଧାମନଗର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ କୁମାର ସାମଲ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ମୁଖ୍ୟ ଅତିଥି,ପ୍ରାକ୍ତନ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧାରୀ ଭବାନୀ ଶଙ୍କର ମହାପାତ୍ର ମୁଖ୍ୟ ବକ୍ତା,କ୍ଷେତ୍ରୀୟ ଅଧିକାରିଣୀ ବିସ୍ମିତା ମଲ୍ଲିକ,ଧାମନଗର ବିଡ଼ିଓ ବନବିହାରୀ ଦିନ୍ଦା,ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅମର କୁମାର ସାହୁ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ହୃଷୀକେଶ ବେହେରା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳରେ ଆତ୍ମ ନିର୍ଭର ସୁଯୋଗ ସୃଷ୍ଟି କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଚାଷୀର ବିକାଶ ହେଲେ ରାଜ୍ୟର ସମୃଦ୍ଧି ସମ୍ଭବ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଭାଗ ପକ୍ଷରୁ ସ୍ୱାବଲମ୍ବୀ ହୋଇଥିବା ପୁରୁଷ ମହିଳା ଚାଷୀଙ୍କ ସହିତ ସ୍ୱୟଂସହାୟକ ଗୋଷ୍ଠୀକୁ ସମ୍ମାନିତ କରାଯାଇଥିଲା।ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମ୍ପର୍କିତ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଝାନ୍ସିରାଣୀ ତପସ୍ୱୀ ସ୍ୱାଗତ ବକ୍ତବ୍ୟ ଏବଂ ଆଭିମୁଖ୍ୟ ପ୍ରଦାନ କରିଥିଲେ।ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଆୟୁସ୍ମାନ କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଘୋଡାନାଚ,ଓଡ଼ିଶୀ ନୃତ୍ୟ ଏବଂ ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.