Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫

ଚାନ୍ଦବାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫

7

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଦୁର୍ଗା ପଡିଆ ଠାରେ ଚାନ୍ଦବାଲି ବ୍ଳକର ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାନ୍ଦବାଲି ବ୍ଳକର ସମସ୍ତ ୩୬ଟି ଗ୍ରାମ ପଞ୍ଚାୟତ ଏବଂ ଏନ.ଏ.ସି ରୁ ୧୦୦୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀପାଳକ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମେଳା ଓ ପ୍ରଦର୍ଶନୀ କୁ ଫିତା କାଟି ଉଦ୍ଘାଟନ କରିଥିଲେ । ଚାନ୍ଦବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ରୂପେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ ।ସମ୍ମାନନୀୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଧନାଇ ଚରଣ ଗୁରୁ, ଅଧ୍ୟକ୍ଷା ପଂଚାୟତ ସମିତି ମିନତୀ ସୁତାର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡଃ. କରୁଣ କୁମାର ମଲ୍ଲିକ, ଅତିରିକ୍ତ ମତ୍ସ୍ୟ ଅଧି କାରୀ(ସାମୁଦ୍ରିକ ବାଲେଶ୍ୱର), ଉପେନ୍ଦ୍ର ରାଉଳ ସଭାପତି, ଚାନ୍ଦବାଲି ଓକିଲ ସଂଘ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଳକର ଚାରି ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ତିନି ଜଣ ପ୍ରାଣୀପାଳକ ଓ କୁକୁଡ଼ା ପାଳନ ପାଇଁ ଗୋଟିଏ ସ୍ୱୟଂ ସହାୟକ ଦଳ ସମୁଦାୟ ଆଠ ଜଣଙ୍କୁ ସମ୍ବନ୍ଧିତ କରାଯାଇଥିଲା । ମତ୍ସ୍ୟ ବିଶେଷଜ୍ଞ ଭାବରେ ଡ. ବିଶ୍ୱରଞ୍ଜନ ସାମନ୍ତରାୟ, ପ୍ରାଣୀଚିକିତ୍ସା ବିଶେଷଜ୍ଞ ଭାବରେ ନିମାଇ ଚରଣ ପଟ୍ଟନାୟକ ଯୋଗ ଦେଇ ଚାଷୀ ଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ ର ଶ୍ରୀ ସୁଶାନ୍ତ କୁମାର ସିଂ।ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ ରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତି ର ବିକାଶ ପାଇଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ରେ ମୁଖ୍ୟ ଭୂମିକା ଅଂଶ ଗ୍ରହଣ କରିଥିଲେ ଡ. ସତ୍ୟତିତ ପାତ୍ର, ଡ. ଭବାନୀ ଶଙ୍କର, ଡ. ଭୂୟମ ପ୍ରକାଶ ନାୟକ, ବିଶ୍ୱଜିନ ମିଶ୍ର, ପ୍ରାଣୀଧନ ନିରୀକ୍ଷକ ଉକ୍ତ ରଞ୍ଜନ ମଲ୍ଲିକ, ବିଶ୍ୱଭୂଷଣ ଦାଶ ସୌମ୍ୟରଞ୍ଜନ ମହାରଣା,ଅକ୍ଷୟ ନାୟକ,ସୁଚିତ୍ରା ବେହେରା ଭଗବାନ ଦାସ,ନିରଞ୍ଜନ ସୁବୁଦ୍ଧି। । ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସରପଂଚ ଏବଂ ସମିତି ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ ଏହା ଆହୁରି ବ୍ୟାପକ ହୋଇପାରିଥାନ୍ତା ବୋଲି ମତ ପୋଷଣ କରିଥିଲେ। ହୋଇଥିବା ମେଳା ରେ ସାମ୍ବାଦିକ ମାନଙ୍କୁ ଅବହେଳା କରା ଯାଇଥିବା ବେଳେ ଓଡିଶା ଅସ୍ମିତା ବୋଲି ଡିଣ୍ଡିମ ପିଟୁଥିବା ବିଭାଗୀୟ ଅଧିକାରୀ ପ୍ରମୁଖ ଲଗେଇଥିବା ବ୍ୟାନର ରେ ଓଡ଼ିଆ ଶବ୍ଦ ର ଅପଭ୍ରଂଶ କୁ ବ୍ୟବହାର କରିଥିବା ରୁ ସାଧାରଣ ରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏଥିପ୍ରତି ବିଭାଗୀୟ ଅଧିକାରୀ ସାବଧାନ ହେଲେ ଭବିଷ୍ୟତ ରେ ଏପରି ଭୁଲର ସୁଧାର ଆସିପାରନ୍ତା ବୋଲି ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.