Home ଜିଲ୍ଲା ପରିକ୍ରମା “ଜନସେବା ପ୍ରଶାସନର ପ୍ରାଥମିକତା ହେବା ବିଧେୟ’, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ...

“ଜନସେବା ପ୍ରଶାସନର ପ୍ରାଥମିକତା ହେବା ବିଧେୟ’, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା

14

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ହେଉ କିମ୍ବା ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ ଓ ସୁସ୍ଥ ଭାବେ ପରିଚାଳନା କରିବା ହେଉ କିନ୍ତୁ ଜନସେବା ପ୍ରଶାସନର ପ୍ରାଥମିକତା ହେବା ବିଧେୟ ବୋଲି ଉତ୍କଳ ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ ସଂନ୍ଧ୍ୟାରେ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଅଷ୍ଟମ ସଂନ୍ଧ୍ୟାକୁ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଖ୍ୟାତ ସମାଜସେବୀ କପିଳ ଚରଣ ଦାସଙ୍କ ସ୍ମତିରେ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ‘ଜନ ସେବାରେ ପ୍ରଶାସନର ଭୂମିକା’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ଉପଦେଷ୍ଟା ରୋଟାରିୟାନ ଅତିସ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଉପଜିଲ୍ଲପାଳ ସୌରଭ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସମାଜସେବୀ ସୀତାକାନ୍ତ ଦାସ ବିଶିଷ୍ଟ ଅତିଥି, ଗାନ୍ଧୀ ବାଳାଶ୍ରମ, ଭଦ୍ରକର ସମ୍ପାଦକ ଅଶୋକ କୁମାର ଦାସ, ବରେଣ୍ୟ ଅତିଥି ,ଜଗା ଚାକର ସଙ୍ଘ, ପୁରୀର ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ବକ୍ତା,ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ, ଓଡ଼ିଶା ତେଜସ୍ୱିନୀ ମହିଳା ସଂଗଠନର ସମ୍ପାଦିକା ଅଞ୍ଜନା ମିଶ୍ର, କଣ୍ଠଶିଳ୍ପୀ ଶଶିକଳା ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। କବୟିତ୍ରୀ ଋତିକା ନାୟକ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ରବି ନାରାୟଣ ଖିଲାର ଅତିଥି ପରିଚୟ ଓ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହୋତ୍ସବର ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ମଂଚ ପରିଚାଳନା କରିଥିଲେ ଏବଂ ମହୋତ୍ସବ ସହ ସମ୍ପାଦିକା ମନୋରମା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ। ଏହି ସନ୍ଧ୍ୟାରେ ବିଶିଷ୍ଟ ହାସ୍ୟ ଅଭିନେତା ନିମାନନ୍ଦ ସାହୁ ଓ ଦୂରଦର୍ଶନ ଧାରାବାହିକ ଅଭିନେତ୍ରୀ ମିସ୍ ଜୁଲି ସଂଳାପ ପରିବେଷଣ ଓ ମନମୋହନ ସଂଗୀତ ପରିଷଦ ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.