Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

21

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଆଇନ୍‌ସେବା ପ୍ରାଧିକରଣ, ଓଡ଼ିଶା କଟକଙ୍କ ସୂଚନା କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରମା କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କାଉପୁର ସ୍ଥିତ କଳ୍ପନା ଦେବୀ ଜରା ନିବାସଠାରେ ବରିଷ୍ଠା ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଥିବା ଭରଣ ପୋଷଣ, କଲ୍ୟାଣ ମୂଳକ କାର୍ଯ୍ୟ ଯାହାକି ବୟସ୍କ / ବୃଦ୍ଧ ବୃଦ୍ଧା ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସେସବୁ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ପୁଣ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ। ଖଗେଶ୍ୱର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଭଦ୍ରକ, ଡଃ ତାପସୀ କୁମାର ମହାନ୍ତି, ସହାୟକ ପ୍ରତିପକ୍ଷ ଓକିଲ, ନ୍ୟାୟ ରକ୍ଷକ, ଭଦ୍ରକ ତଥା କଳ୍ପନା ଦେବୀ ଜରା ନିବାସର ପରିଚାଳକ, ଡଃ ହରେକୃଷ୍ଣ ନାୟକ ଏବଂ ବୃଦ୍ଧବୃଦ୍ଧା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ। ଉପସ୍ଥିତ ଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ବିଷୟରେ ତଥା ସିନିଅର ସିଟିଜେନ ଆକ୍ଟ ୨୦୦୭ ଅନୁଯାୟୀ ବୟସ୍କ ନାଗରିକ ମାନଙ୍କପାଇଁ ଥିବା ଭରଣ ପୋଷଣ ଏବଂ ଜନହିତକର କାର୍ଯ୍ୟ ବିଷୟରେ ମଧ୍ୟ ସଚେତନତା କରାଯାଇଥିଲା। ଅନୁଷ୍ଠାନ ତରଫରୁ ଅନ୍ତେବାସୀ ମାନଙ୍କୁ ଶୀତ କମ୍ବଳ ମଧ୍ୟ ବଂଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.