ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଙ୍ଗ ସାଜିଲା ସୈତାନ ପ୍ରେମ ସମ୍ପର୍କ କୁ ନେଇ ସାଙ୍ଗକୁ ଜୀବନରୁ ମାରି ଟ୍ରେନ ଦୁର୍ଘଟଣା ର ରୂପ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନା ମୁତାବକ ଗତ ୭ତାରିଖ ବାଂଶଡା ଥାନା ଘେଂଟଶ୍ୱର ଫାଣ୍ଡି ଅଧିନ ମାଣିପୁର ଗ୍ରାମରେ ଚଗଲା ଦାସ ଙ୍କ ପୁଅ ସିପୁନ ଦାସ ରାତିରେ ଘରେ ଶୋଇ ଥିବା ବେଳେ ସେହି ଗ୍ରାମର ସହଯୋଗୀ ପପନ ଦାସ ଏବଂ ଅନ୍ୟ ସହଯୋଗୀ ମାନେ ସିପୁନ ଦାସକୁ ଡାକି ଯୋଜନା ବଧ ଭାବେ ଆକ୍ରମଣ କରିବା ସହିତ ଜୀବନରୁ ମାରି ଏକ ମାଟିବୁହା ଟ୍ରାକ୍ଟର ମଧ୍ୟରେ ରେ କିଛି ଘଂଟା ପାଇଁ ଲୁଚାଇ ଥିଲେ। ପରେ ବିଳମ୍ବିତ ରାତିରେ ଯୋଜନା ବଧ ଭାବେ ମାଣିପୁର ରେଳ ଧାରଣା ରେ ଚଳନ୍ତା ଟ୍ରେନ ଆଗରେ ଶୁଆଇ ଦେଇ ଚାଲି ଯାଇଥିଲେ। ଏ ନେଇ ମୃତ ସିପୁନ ଙ୍କ ପରିବାର ଲୋକେ ଘେଂଟଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣା ରେ ବାଂଶଡା ଥାନା ଅଧିକାରି ମହମଦ ହାପିଜ ଘଟଣା ରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିବା ସହିତ ମୁଖ୍ୟ ଅଭିଯୁକ୍ତ ଘଟଣା ର ସିନ ରିକ୍ରିଏସନ କରିବା ପାଇଁଆଜି ଘଟଣା ସ୍ଥଳରେ ପହଂଚି ବା ସହ ତଦନ୍ତ ଆରମ୍ଭ କରିଥିଲେ। ଅଂଚଳ ବାସୀଙ୍କ ଅଭିଯୋଗ ଅନୁଯାଇ ଏହି ଘଟଣା ରେ ଜଡିତ ସମସ୍ତ ଆସାମୀ ମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ଦାବୀ କରିଛନ୍ତି।
Home ଜିଲ୍ଲା ପରିକ୍ରମା ସାଙ୍ଗ ସାଜିଲା ସୈତାନ,ସାଙ୍ଗକୁ ମାରି ରେଳ ଧାରଣାରେ ଶୁଆଇ ଆତ୍ମହତ୍ୟାର ରୂପ ଦେବା ଘଟଣା, ଅଭିଯୁକ୍ତ...








