ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ତରଫରୁ ଶୀର୍ଷକ “ଇନଷ୍ଟିଚ୍ୟୁସନାଲ୍ ପ୍ରିପେୟାର୍ଡ଼ନେସ ଫର ନାକ ଆକ୍ରିଡ଼ିଟେସନ” ତ୍ରିଦିବସୀୟ ଏକ ରାଜ୍ୟସ୍ତରୀୟ କର୍ମଶାଳା ଗତ ୧୩ ତାରିଖରେ ଉଦଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ଉଦଘାଟନ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ସନ୍ତୋଷ କୁମାର ତ୍ରିପାଠୀ ଓ କଲେଜ ବିକାଶ ପରିଷଦର ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ଅଗ୍ରୱାଲା ମୁଖ୍ୟବକ୍ତା, ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଓ. ଏସ. ଏଚ.ଇ.ସି.ର କାର୍ଯ୍ୟକାରୀ ସଦସ୍ୟ ପ୍ର. ସୁସ୍ମିତ ପାଣି ଓ ଆକଡେମିକ କନସଲଟାଂଟ ଡ. ପ୍ରଦୀପ କୁମାର ବେହେରା ମୁଖ୍ୟବକ୍ତା, ତୃତୀୟ ଦିବସ ତଥା ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଓଡ଼ିଶା ନାକ ଆମ୍ବାସାଡ଼ର ପ୍ର. ଡ. ଜୟନ୍ତ କୁମାର ପରିଡ଼ା ଓ ବାଲେଶ୍ୱର ଆଂଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ହେମନ୍ତ କୁମାର ଘଡ଼ାଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାକ ଅନୁବନ୍ଧନ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପକ ଆଶୀର୍ବାଦ ମହାନ୍ତିଙ୍କ ନେତୃତ୍ୱରେ ନାକ ସମ୍ପର୍କିତ ପ୍ରଶ୍ନୋତର କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ମହାବିଦ୍ୟାଳୟର ଯୋଗଦେଇଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସନ୍ଦେହ ଦୂରୀଭୂତ କରିଥିଲେ । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ମୁଖ୍ୟ ସଂଯୋଜକ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ କାର୍ଯ୍ୟକ୍ରମର ବିଷୟ ଆଭିମୁଖ୍ୟ, ଅଧ୍ୟକ୍ଷ ଅଜୟ କୁମାର ବେଜ ସ୍ୱାଗତ ସମ୍ଭାଷଣ, ଡ. ସାଜିଆ ତମକିନ ଅତିଥିଙ୍କୁ ମଂଚ ଆମନ୍ତ୍ରଣ, ଅଧ୍ୟାପିକା ବାସ୍ତବିକା ଦାସ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ସ୍ୱାଗତିକା ରାୟ ମଂଚ ସଂଚାଳନ କରିଥିଲେ । ଏହି କର୍ମଶାଳାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଧାମନଗର ମହାବିଦ୍ୟାଳୟ ସମେତ ଭଦ୍ରକ ଜିଲ୍ଲାର ପ୍ରାୟ ୨୫ ଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଆଧ୍ୟାପିକା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଶେଷରେ ଏହି କାର୍ଯ୍ୟକ୍ରମର ଅନ୍ୟତମ ସଦସ୍ୟ ଅଧ୍ୟାପକ ସତ୍ୟନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।








