Home ଜିଲ୍ଲା ପରିକ୍ରମା ରପ୍ତାନୀ ଭିତିକ ମାଛ ଉତ୍ପାଦନକୁ ଗୁରୁତ୍ୱ, ରାସାୟନିକ ଯୁକ୍ତ ମାଛ ବନ୍ଦ କରିବାକୁ ମହାସଂଘର ନିଷ୍ପତି

ରପ୍ତାନୀ ଭିତିକ ମାଛ ଉତ୍ପାଦନକୁ ଗୁରୁତ୍ୱ, ରାସାୟନିକ ଯୁକ୍ତ ମାଛ ବନ୍ଦ କରିବାକୁ ମହାସଂଘର ନିଷ୍ପତି

11

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତ୍ସ୍ୟ ନିର୍ଦେଶକ ଓ ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦନ ମହାସଂଘର ନିୟମାନୁଯାଇ ଓଡିଶା ମଧ୍ୟରେ ଥିବା ସମସ୍ତ ମାଛଧରା ବନ୍ଦର ଏବଂ ମତ୍ସ୍ୟପୋତାଶ୍ରୟ ଗୁଡିକରେ ଦିନକୁ ଦିନ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ମାଛ ଗୁଡିକ ସତେଜ ରଖିବା ସହ ମାଛ କୁ ଶୁଖାଇ ଶୁଖୁଆ ଏବଂ ଫିସମିଲ କରାଯାଉଛି। ଏହି ରାସାୟନିକ ଯୁକ୍ତ ହେବା ପରେ ଏହି ମାଛ ଏବଂ ଶୁଖୁଆ ର ମାନ କମିଯାଉଥିବା ବେଳେ ଏହା ବାହାର ରାଜ୍ୟକୁ ରପ୍ତାନୀ ମଧ୍ୟ ହୋଇ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ମତ୍ସ୍ୟଜିବୀ ସଂଘ,ବଳରାମ ଗଡି ମତ୍ସ୍ୟଜିବୀ ସଂଘ,ବାହାବଳପୁର ମତ୍ସ୍ୟଜିବୀ ସଂଘ,ଚୁଡାମଣୀ ମତ୍ସ୍ୟଜିବୀ ସଂଘ,କଶିଆ ମତ୍ସ୍ୟଜିବୀ ସଂଘ,ତାଳଚୁଆ ମତ୍ସ୍ୟଜିବୀ ସଂଘ,ବୈତରଣୀ ବାଲିଚର ମତ୍ସ୍ୟଜିବୀ ସଂଘ,କାଳିନାଳୀ ମତ୍ସ୍ୟଜିବୀ ସଂଘ ଏବଂ ମା ଧାମରାଇ ମତ୍ସ୍ୟଜିବୀ ସଂଘର ନିଷ୍ପତି କ୍ରମେ ଆସନ୍ତା ୧ନଭେମ୍ବର ୨୦୨୫ ରିଖ ଠାରୁ ‘ଫସମିଲ ବନ୍ଦ କରିବା ସହ ଗଭୀର ସମୁଦ୍ରରୁ ସମସ୍ତ ବୋଟ ଧରୁଥିବା ମାଛରେ ସମସ୍ତ ପ୍ରକାର ରାସାୟନିକ ପଦାର୍ଥ(କେମିକାଲ) ବ୍ୟବହାର ବନ୍ଦ କରାଯିବାକୁ ନିଷ୍ପତି ନିଆଗଲା। ଯଦି କୌଣସି ମାଲିକ ଓଡିଶାର କୌଣସି ସ୍ଥାନରୁ ଯେ କୌଣସି ରାସାୟନିକ ପଦାର୍ଥ(କେମିକାଲ) ବ୍ୟବହୃତ କରାଯାଇଥିବା (ମାଛ /ଶୁଖୁଆ) ଆଣିବାର ପ୍ରମାଣ ମିଳେ ଏବଂ କୌଣସି ମାଲିକ ଅଥବା କୌଣସି ବୋଟର ଷ୍ଟାଫ ଏହି ଆଇନକୁ ଅମାନ୍ୟ କରନ୍ତି ସେମାନଙ୍କ ଉପରେ ଆମ୍ଭ ସଂଘ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରିବା ସହ ସଂପୃକ୍ତ ବୋଟକୁ ୧ ମାସ ପର୍ଯ୍ୟନ୍ତ ମାଛ ଧରାରୁ ନିବୃତ କରାଯିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହା ଫଳରେ ଦିନକୁ ଦିନ ଉତ୍ପାଦନ ହେଉଥିବା ମାଛର ମାନ ବଢିବା ସହ ରାଜ୍ୟ ,ଆର୍ନ୍ତରାଜ୍ୟ ଏବଂ ଆର୍ନ୍ତଜାତିକ ସ୍ତରରେ ମାଛରେ ମୂଲ୍ୟ ବୃଦ୍ଧି ପାଇବ ବୋଲି ଚର୍ଚା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.