Home ଜିଲ୍ଲା ପରିକ୍ରମା ବାତ୍ୟା ଆସିଲେ ମନେ ପଡେ ପ୍ରାକୃତିକ ବିପର୍ଯ୍ୟୟ ସୁରକ୍ଷା ଏବଂ ବାତ୍ୟା ଆଶ୍ରୟସ୍ଥଳୀ, ଅନୁଦାନ ରାଶି...

ବାତ୍ୟା ଆସିଲେ ମନେ ପଡେ ପ୍ରାକୃତିକ ବିପର୍ଯ୍ୟୟ ସୁରକ୍ଷା ଏବଂ ବାତ୍ୟା ଆଶ୍ରୟସ୍ଥଳୀ, ଅନୁଦାନ ରାଶି ଖର୍ଚ୍ଚ ହୋଇପାରୁନଥିବା ବେଳେ ପ୍ରଶାସନ ଦିଗହରା

8

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୯ ମହାବାତ୍ୟା ପରେ ବିଶ୍ୱ ବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସମୁଦ୍ର ଉପକୂଳ ବର୍ତୀ ଭଦ୍ରକ ଜିୁଲ୍ଲାରେ ମୋଟ ୮୪ଟି ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଥିଲା। ଇତି ମଧ୍ୟରୁ ଚାନ୍ଦବାଲି ବ୍ଲକରେ ୨୯ଟି ବାସୁଦେବପୁର ବ୍ଲକରେ ୩୮ଟି ତିହିଡି ବ୍ଲକରେ ୬ଟି ଧାମନଗର ବ୍ଲକରେ ୫ଟି ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଥିଲା । ବିଶ୍ୱ ବ୍ୟାଙ୍କ ଏବଂ ବିଭିନ୍ନ ଆର୍ନ୍ତଜାତିକ ଅନୁଷ୍ଠାନରୁ ଏହି ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକର ମରାମତି ଏବଂ ରକ୍ଷଣାବକ୍ଷେଣ ପାଇଁ ଆସୁଛି ଅର୍ଥ ହେଲେ ଏହାର ସଠିକ ବିନିଯୋଗ ହୋଇ ପାରୁ ନଥିବା ନେଇ ବିଗତ ବର୍ଷ ମାନଙ୍କରେ ଅଭିଯୋଗ ମଧ୍ୟ ହୋଇଥିଲା। ଚଳିତ ବର୍ଷ ଚାନ୍ଦବାଲି ବ୍ଲକରେ ଥିବା ୨୯ଟି ବାତ୍ୟା ଆଶ୍ରୟସ୍ଥଳ ବାସପଯୋଗୀ ହୋଇ ନଥିବା ବେଳେ ଦାଇତ୍ୱ ନେଇଥିବା କିଛି ବେସରକାରୀ ସଂସ୍ଥା , ଦାଇତ୍ୱରେ ଥିବା ସମ୍ପାଦକ ଓ ବ୍ଲକ ପ୍ରଶାସନ ମିଲି ଭଗତରେ ଏହି ଅର୍ଥକୁ ହରିଲୁଟ କରୁଥିବା ନେଇ ସଙ୍ଗିନ ଅଭିଯୋଗ ଆସିଛି । ଚଳିତ ବର୍ଷ ଚାନ୍ଦବାଲି ବ୍ଲକରେ ଥିବା ଏହି ବାତ୍ୟା ଆଶ୍ରୟସ୍ଥଳୀ ପୁନଃରୁଦ୍ଧାର ପାଇଁ ୨କୋଟି ଟଙ୍କା ଆସିଥିବା ବେଳେ ଦୀର୍ଘ ୧ବର୍ଷ ହେବ ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସଂପୂର୍ଣ ମରାମତି ହୋଇ ପାରି ନାହିଁ। ବ୍ଲକ ପ୍ରଶାସନ ର ଅଣଦେଖା ଏବଂ ଡବଲ ଇଞ୍ଜିନ ସରକାରଙ୍କ ଡବଲ ପାଓାର ପାଇଁ ଆଜି ପର୍ଯ୍ୟନ୍ତ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅଣଦେଖାରେ ରହି ଯାଇଛି। ଏହି ବାତ୍ୟା ଆଶ୍ରୟ ସ୍ଥଳ ସହିତ ଜଡିତ କିଛି ଗ୍ରାମବାସୀା ୧୯୯୯ ମସିହା ମହାବାତ୍ୟା ର ଭୟାବହତାକୁ ଲକ୍ଷ ରଖି ସେହି ବର୍ଷ ଡିସେମ୍ବର ୨୮ ତାରିଖ ଦିନ ରାଜ୍ୟର ଉପକୂଳ ବର୍ତୀ ଅଂଚଳମାନଙ୍କରେ ବିଶ୍ୱବ୍ୟାଙ୍କ ସହାୟତାରେ ନିର୍ମତ ହୋଇଥିଲା ବାତ୍ୟା ଆଶ୍ରୟସ୍ଥଳା ଲକ୍ଷ୍ୟଥିଲା ବନ୍ୟା,ବାତ୍ୟା,ସୁନାମୀ ପରି ସାମୁଦ୍ରିକ ବିପତି ସମୟରେ ଲୋକମାନେ ଏହି ବାତ୍ୟାସ୍ଥଳରେ ଆଶ୍ରୟ ନେବା ସହ ସେମାନଙ୍କ ଧନଜୀବନକୁ ସୁରକ୍ଷିତ ରଖି ପାରିବେ । ଏହି ପରିପ୍ରେକ୍ଷିରେ ପ୍ରତିବର୍ଷ ସାମୁଦ୍ରିକ ଝଡ ଓ ବାତ୍ୟା ସମୟରେ ଏହି ଆଶ୍ରୟସ୍ଥଳ ଲୋକ ମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ବେଳେ ଏହାକୁ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ବେସରକାରୀ ସଂସ୍ଥା ଦାଇତ୍ୱ ନେଇ ଲୋକମାନଙ୍କୁ କିପରି ବିପତି ସମୟରେ ଧର୍ଯ୍ୟର ଉଚିତ ମୁକାବିଲା କରି ସୁରକ୍ଷିତ ଉପାୟରେ ବାତ୍ୟା ଆଶ୍ରୟ ସ୍ଥଳରେ ପହଁଚାଇହେବ ସେଥିପାଇଁ ଚେଷ୍ଟା କରିଥାଆନ୍ତି । । ତେବେ ,ଧାମରା, କଇଥଖୋଲା,କରଞ୍ଜମାଳ, କରଣପଲ୍ଲୀ, ଦୋସିଙ୍ଗା,ଜାଗୁଳା.,ଚରଦିଆ ପଂଚାୟତ ଏବଂ ଚାନ୍ଦବାଲି ବ୍ଲକରେ ଥିବା ଅନ୍ୟ ପଂଚାୟତ ରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡିକର ରକ୍ଷଣାବେକ୍ଷଣ ସଂପୂର୍ଣ ହୋଇ ପାରି ନଥିବା ବେଳେ ଚଳିତ ବର୍ଷ ଉପକୂଳ ଅଂଚଳଦେଇ ଅତିକ୍ରମ କରିବାକୁ ଯାଉଥିବା ବାତ୍ୟା ସମୟରେ ସାଧାରଣ ଜନତା ମୁଣ୍ଡ ଗୁଞ୍ଜିବେ କେଉଁଠି ! ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକରେ ଦୀର୍ଘ ୧ବର୍ଷରୁ ଅଧିକ ହେବ ଏହି ବାତ୍ୟା ଆଶ୍ରୟସ୍ଥଳ ମରାମତି ପାଇଁ ୨କୋଟି ଟଙ୍କା ଥିବା ବେଳେ କେଉଁ ପରିସ୍ଥିତିରେ ବାତ୍ୟା ସମୟ ଆସିଲେ ଏହାର ମରାମତି କଥା ମନେ ପଡେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ବିଗତ ଦିନ ମାନଙ୍କରେ ଏହି ବାତ୍ୟା ଆଶ୍ରୟସ୍ଥଳର ମରାମତି ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିବା ବେଳେ ୨୦୨୨-୨୩ ମସିହାରେ ରାଜ୍ୟ ସରକାର ନିଜ ବିଧାୟକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ସଂପୃକ୍ତ ପଂଚାୟତି ରାଜ ବିଭାଗରେ ସାମିଲ କରିଥିଲେ। ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପଂଚାୟତି ରାଜକୁ ଏହି କାର୍ଯ୍ୟ ହସ୍ତାନ୍ତର ପରେ ଅରାଜକତା ବ୍ୟାପିଗଲା ଏବଂ ଠିକ ସମୟରେ କୌଣସି କାର୍ଯ୍ୟ ମଧ୍ୟ ହୋଇ ପାରିଲା ନାହିଁ। ତୁରନ୍ତ ଏହି ବାତ୍ୟା ଆଶ୍ରୟସ୍ଥଳ ଗୁଡିକର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ କରାଗଲେ ଏହାର ପୁନଃବିନ୍ୟାସ ହୋଇ ପାରିବ ସାଧାରଣ ଜନତା ମତ ବ୍ୟକ୍ତ କରିଥିବା ବେଳେ ଚାନ୍ଦବାଲି ବ୍ଲକ ସହକାରୀ ଯନ୍ତ୍ରୀ ମୃତ୍ୟୁଞୟ ତରାଇ ନିଜ ବିଭାଗର ଅପାରଗତା ଏବଂ ରାଜନୈତିକ ଶତ୍ରୁତାରୁ ଏହି କାର୍ଯ୍ୟ ସଂପୂର୍ଣ ହୋଇ ପାରିନାହିଁ ବୋଲି ମତ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.