Home ଜିଲ୍ଲା ପରିକ୍ରମା ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

10

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ପ୍ରସିଦ୍ଧ ଭଦ୍ରକ ର ଐତିହାସିକ କାଳୀପୂଜା ଉପଲକ୍ଷେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପ୍ରଥମ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଗତକାଲି ରାତିରେ ଉଦଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ସାଂସଦ ଅଭିମନ୍ୟୁ ସେଠି, ମୁଖ୍ୟ ଅତିଥି ଭାବେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିକ୍ରା ପ୍ରମୁଖ ଯୋଗଦେଇ ଉତ୍ସବ କୁ ଆନୁଷ୍ଠନିକ ଉଦଘାଟନ କରିଥିଲେ । ଭଦ୍ରକ ଜିଲ୍ଲା ହେଉଛି କଳା ସାହିତ୍ୟ ଓ ସଂସ୍କୃତି ର ମାଟି । ଏ ମାଟିର ସ୍ୱପ୍ନ କୁ ସାକାର କରିବା ପାଇଁ ଓ ଚରିତାର୍ଥ କରିବା ପାଇଁ ରାଜ୍ୟ ସରକାର ପ୍ରଥମ କରି କାଳୀପୂଜା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସହଯୋଗ କରିନ୍ତି । ଇଂ ଅଭୟ ସୁତାର ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଏହି ଅବସରରେ ଭଦ୍ରକ ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ଏଥି ସହ ରାଜ୍ୟ ସରକାର ଙ୍କ ଦ୍ୱାରା ମୟୁରଭଞ୍ଜ ଜିଲ୍ଲା ର ‘ମଲଖମ’ ନୃତ୍ୟ ଗ୍ରୁପ ଦ୍ୱାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଶେଷରେ ଅଂଶ ଗ୍ରହଣ କରିଥିବା ନୃତ୍ୟ ଓ ସଙ୍ଗୀତ କଳାକାର ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଓ ଡେପୁଟି କଲେକ୍ଟର ଶ୍ରୀ ମଣ୍ଡଳ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ସଂଗୀତଜ୍ଞ ରାମନାରାୟଣ ମହାନ୍ତି ପ୍ରାରମ୍ବିକ ସଙ୍ଗୀତ ଗାନ କରିଥିଲେ ଓ ଶ୍ରୀ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.