Home ଜିଲ୍ଲା ପରିକ୍ରମା ଅନ୍ତିମ ଦିବସରେ ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ, ପୀଠରେ ମହାଯଜ୍ଞର ପୂର୍ଣ୍ଣାହୂତି

ଅନ୍ତିମ ଦିବସରେ ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ, ପୀଠରେ ମହାଯଜ୍ଞର ପୂର୍ଣ୍ଣାହୂତି

11

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ମହାଲକ୍ଷ୍ମୀ ବେଶ ଧାରଣ କରିଛନ୍ତି ମା ଭଦ୍ରକାଳୀ। ମା’ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥିଲା। ଭକ୍ତମାନେ ଧାଡିବାନ୍ଧି ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଆଶିଷ କାମନା କରିଥିଲେ। ମା’ ମହାଲକ୍ଷ୍ମୀ ବେଶରେ ନାଲିରଙ୍ଗର ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥିଲେ। ଗଜ ଓ ପେଚା ବାହନରେ ମା’ ବିରାଜମାନ କରି ବାମ ହସ୍ତଯୁଗଳରେ ଶଙ୍ଖ ଓ ଗଦା ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତଯୁଗଳରେ ଚକ୍ର ଓ ପଦ୍ମ ଧାରଣ କରିଥିଲେ। ମା’ଙ୍କର ଏହି ଚତୁର୍ଦ୍ଧା ଅପୂର୍ବ ଅନନ୍ୟ ରୂପକୁ ଦର୍ଶନ କରିବା ନିମନ୍ତେ ଭକ୍ତ ମାନଙ୍କର ଭିଡ଼ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଲଗିରହି ଥିଲା। ମହାଲକ୍ଷ୍ମୀ ରୂପକୁ ଦର୍ଶନ କଲେ ଭକ୍ତ ଧନଧାନ୍ୟ, ଗୋପଲକ୍ଷ୍ମୀ, ଯଶ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ବୋଲି ଭକ୍ତ ମାନଙ୍କର ଅତୁଟ ବିଶ୍ୱାସ ରହିଛି। ପୀଠରେ ଦେବଭୂମି ଭାରତ ବର୍ଷ ହିତାର୍ଥେ ଆୟୋଜିତ ହୋଇଥିବା ମହାଯଜ୍ଞର ରୀତିନୀତି, ପୂଜାବିଧି ସମ୍ପନ୍ନ କରାଯାଇ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୂତି ପର୍ବରେ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ, ରାଜନେତା ସମାଜ ସେବୀ ମାନେ ପୀଠରେ ଉପସ୍ଥିତ ହୋଇଥିଲେ। ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ତରଫରୁ ପ୍ରାୟ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କୁ ପ୍ରସାଦ ଓ ପହୁଡ଼ ଭୋଗ ପ୍ରଦାନ କରାଯାଇଥିଲା। ସେବାୟତ ମାନଙ୍କ ମଧ୍ୟରେ ମନ୍ଦରଧର ଦିକ୍ଷୀତ, ଦିପୁନ ଦିକ୍ଷୀତ, ଅନୁଗ୍ରହ ଦିକ୍ଷୀତ, ଶେଖର ମହାପାତ୍ର, କୃଷ୍ଣ ପ୍ରସାଦ ଦୀକ୍ଷିତ, ଜୀବନ ଦିକ୍ଷୀତ, ଭାଗିରଥି ଦୀକ୍ଷିତ, ମଦନ ମୋହନ ଦିକ୍ଷୀତ ପଂଚାନନ ଦିକ୍ଷୀତ, ଶରତ ପଣ୍ଡା, ଅରବିନ୍ଦ ଦିକ୍ଷୀତ, ନିକୁଞ୍ଜ ଦିକ୍ଷୀତ, ପ୍ରଶାନ୍ତ ଦିକ୍ଷୀତ, ସୁଶାନ୍ତ ପଣ୍ଡା, ପ୍ରଫୁଲ୍ଲ ସାହୁ,ବାପି ଦିକ୍ଷୀତ, ନିତ୍ୟାନନ୍ଦ ଦୀକ୍ଷିତ, ପ୍ରଦୀପ ପଣ୍ଡା, ଗୋପ ବନ୍ଧୁ ଦୀକ୍ଷିତ, କୁଳମଣି ଦିକ୍ଷୀତ ଏବଂ ପୀଠ ର ସମସ୍ତ ପୂଜକ ସେବାୟତ ତଥା ଯୁବକ ମାନେ ପୂର୍ଣ୍ଣାହୂତି ପର୍ବରେ ବିଭିନ୍ନ ବିଭାଗରେ ନିଜନିଜ ଦାୟିତ୍ୱ ସମ୍ପନ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.