Home ଜିଲ୍ଲା ପରିକ୍ରମା କେସିଭିଏମ୍‌ରେ ଖେଳ କୁଦ ପ୍ରତିଯୋଗିତା,ଭାଗନେଲେ ୩ ଶହ ଛାତ୍ରଛାତ୍ରୀ

କେସିଭିଏମ୍‌ରେ ଖେଳ କୁଦ ପ୍ରତିଯୋଗିତା,ଭାଗନେଲେ ୩ ଶହ ଛାତ୍ରଛାତ୍ରୀ

4
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଐତିହାସିକ ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିରରେ ଆଜି ୩ ଶହ ଛାତ୍ରଛାତ୍ରୀଙ୍କୁ ନେଇ ୨ ଦିନିଆ ଖେଳ, କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୯ ଟି ଉଚ୍ଚ ବିଦ୍ୟାଳୟ ଓ ୨୦ ଟି ନୋଡାଲ୍ ବିଦ୍ୟାଳୟର ୧୭ ଏବଂ ୧୪ ବର୍ଷରୁ କମ୍ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଆୟୋଜିତ ଉଦ୍‌ଘାଟନି ଉତ୍ସବକୁ କୃଷ୍ଣଚରଣ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ଶରତ କୁମାର ଜେନା ସଭାପତିତ୍ୱ କରିଥିଲେ । ଏଥିରେ ଆଗରପଡା ସରାକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତରଞ୍ଜନ ମହାନ୍ତି, ବନ୍ତ ଜୋନ୍ କ୍ରୀଡା ସମ୍ପାଦକ ମନୋଜ ଶଙ୍ଖୁଆ ଅତିଥି ଭାବେ ଯୋଗଦେଇ ଖେଳ,କୁଦ ପ୍ରତିଯୋଗିତା ମାଧ୍ୟମରେ ବ୍ଲକର ଗୌରବ ବୃଦ୍ଧି କରିବା ସହ ଭବିଷ୍ୟତରେ ଦୂତି ଚାନ୍ଦ ଓ ନିରୋଜ ଚୋପ୍ରାଙ୍କ ଭଳି ହୋଇ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି ନେଇ ମତ ରଖିଥିଲେ । ଶିକ୍ଷକ ରତିକାନ୍ତ ପଣ୍ଡା ଅତିଥି ପରିଚୟ ଓ ଜଗନ୍ନାଥ ଦ୍ୱିବେଦୀ ବେଦପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷକ ଧିରେନ୍ଦ୍ର ଷଡଙ୍ଗୀ,ଶୁଭଦ କୁମାର ପାତ୍ର, ଉପମନ୍ୟୁ ଖୁଟିଂଆ, ବିରଭଦ୍ର ପଣ୍ଡା, ବଳଭଦ୍ର କିଙ୍କର ଜେନା,ଯଶୋବନ୍ତ ସିଂହ, ସେକ୍ ଆଜାରୁଦ୍ଦିନ୍‌,ଜନ୍ମଜୟ ନାୟକ,ନିରଞ୍ଜନ ଜେନା, ସୋମନାଥ ମହାନ୍ତି, ଗଙ୍ଗାଧର ରାଉତ, ଡଲିରାଣୀ ଦାସ, ସଙ୍ଗିତା ବେହେରା, ବିଦ୍ୟୁତ୍ ଲତା ଦାସ ପ୍ରମୁଖ କ୍ରୀଡା କାର୍ଯ୍ୟକୁ ସମ୍ପାଦନ କରିଥିଲେ । ସଟ୍ ଫୁଟ୍ ଥ୍ରୋ, ଲଙ୍ଗ ଜମ୍ପ୍‌, ହାଇ ଜମ୍ପ, ଡିସ୍କୋସ୍ ଥ୍ରୋ, ଦୌଡ ଆଦି ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ଦୌଡକୁଦରେ ୨୦ ଜଣ ଓ କ୍ରିକେଟ୍ ରେ ୧୨ ଜଣ ଜିଲ୍ଲା ସ୍ତରକୁ ମନୋନୀତ ହେବେ । ବିଦ୍ୟାମନ୍ଦିରର ଶିକ୍ଷକ ଅଶୋକ କୁମାର ଖିଲାର, ମିନତୀ ସାହୁ, ପ୍ରଜ୍ଞା ପରମିତା ଦାସ, ରଞ୍ଜିତା ନାୟକ, ମନୋଜ ବେହେରା, ଧନେଶ୍ୱର ଜେନା, ଗୋକୁଳା ନନ୍ଦ ବେହେରା, ତୁରାମ୍ ସିଂ, ସାନ୍ତନୁ ସାହୁ, ସଞ୍ଜୟ କେତନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.