ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଚକ୍ରାପାଢୀ,ଚାରିଗାଁ,ତେଲନଟୀ, ଇଟୁଆ ଗ୍ରାମକୁ ନେଇ ଗଠିତ ଚାଚତେଇ ସାମାଜିକ ସଂଗଠନ ପକ୍ଷରୁ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ରାପାଢୀସ୍ଥିତ କ୍ଷିରେଶ୍ୱର ମହାଦେବ ପ୍ରାଙ୍ଗଣରେ ଆୟୋଜିତ ଶିବିରକୁ ଆଗରପଡା ଥାନାଧିକାରୀ ଉଦଘାଟନ କରି କହିଲେ, ଶାରିରୀକ ମାନସିକ ଅଶାନ୍ତିରୁ ଦୂର ପାଇଁ ଯୋଗ ପ୍ରମୁଖ ମାଧ୍ୟମ ଅଟେ । ଏହାକୁ ନିୟମିତ ଜାରି ରଖିଲେ ଶରୀର ସୁସ୍ଥ ଓ ନିରୋଗମୟ ରହିବ । ଜିଲ୍ଲା ପତଞ୍ଜଳୀ ଯୋଗ ସମିତିର ସଂଯୋଜକ ଯୋଗଗୁରୁ ଧରଣୀଧର କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲା କୃଷକ ପ୍ରଭାରୀ ସଞ୍ଜୀବ ନାୟକ, ଯୋଗଶିକ୍ଷକ ଶ୍ରଦ୍ଧାଞ୍ଜଳୀ ମିଶ୍ର, ଆଶାରାଣୀ ମୁଦୁଲି, ସାମାଜିକ ଗଣମାଧ୍ୟମ ପ୍ରଭାରୀ ଶ୍ରୀବତ୍ସ କର, ରବିନ୍ଦ୍ର ସେଠୀ, ମଳୟ ରାଉଳ ପ୍ରମୁଖ ଯୋଗର ବିଭିନ୍ନ ସୁଗୁଣ ଉପରେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସଙ୍ଗଠନର ସଭାପତି ଜୟଦେବ ସାହୁ, ସହ-ସମ୍ପାଦକ ଗଜେନ୍ଦ୍ର ଜେନା,କୋଷାଧ୍ୟକ୍ଷ ସୁଦର୍ଶନ ଜେନା, ବାଲିପୋଖରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତିମୟୀ ବେହେରା, ତେଲନଟି ସସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପବନ୍ଧୁ ଜେନା, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ସନାତନ ସେଠୀ, ଶ୍ରୀକାନ୍ତ ଜେନା, କାହ୍ନୁ ଚରଣ ଜେନା ପ୍ରମୁଖ ସଙ୍ଗଠନ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିବା ବେଳେ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ବନମାଳୀ ସାହୁ, ଭୁପେନ୍ଦ୍ର ନାୟକ, ବନମାଳୀ ନାୟକ ପ୍ରମୁଖ ସହଯୋଗ କରିଥିଲେ ।








