Home ଜିଲ୍ଲା ପରିକ୍ରମା ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଭଣ୍ଡାରିପୋଖରୀ ନିର୍ବାଚନ ସ୍ତରୀୟ ବିଜେଡି ପକ୍ଷରୁ ବିକ୍ଷୋଭ

ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଭଣ୍ଡାରିପୋଖରୀ ନିର୍ବାଚନ ସ୍ତରୀୟ ବିଜେଡି ପକ୍ଷରୁ ବିକ୍ଷୋଭ

6

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ଆଂଚଳିକ ମହାବିଦ୍ୟାଳୟ, ଆଗରପଡା କଲେଜ ଓ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତି ସମ୍ମୁଖରେ ଫକିରମୋହନ ବିଶ୍ୱବିଦ୍ୟାଳୟ ର ସଂଗ୍ରାମୀ ଛାତ୍ରୀ (ସୌମ୍ୟାଶ୍ରୀ) ଙ୍କ ମୃତ୍ୟୁକୁ ନେଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଙ୍କ ଉପସ୍ଥିତି ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କ କୁଶପୁତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏବଂ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତା ଯଦି ବିଭାଗୀୟ ଇସ୍ତଫା ନଦେବ ଆଗାମୀ ଦିନରେ ଏ ଆନ୍ଦୋଳନ ଉଗ୍ରରୂପ ନେବା ସହିତ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଜିଲ୍ଲା କୁ ପଶିବାକୁ ଦିଆଯିବ ନାହିଁ ବୋଲି ମତପ୍ରକାଶ କରିଥିଲେ। ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଜଣେ ଛାତ୍ରୀ ସୁରକ୍ଷା ଓ ନ୍ୟାୟ ନପାଇ ପୋଡ଼ି ହୋଇ ମୃତ୍ୟୁବରଣ କରିବାପରେ ବି ଏ ଅସ୍ମିତା ର ସରକାର ମିଛ କହି ଲୁଚେଇ ରାତି ଅଧିଆ ମୃତ ଶରୀର ସ୍ଥାନାନ୍ତରିତ କରିବା ହିଁ ରାଜ୍ୟ ସରକାରଙ୍କ ଅପାରଗତା ଓ ବିଭାଗୀୟ ମନ୍ତ୍ରୀ ଅଯୋଗ୍ୟ ପଣିଆକୁ ପ୍ରମାଣିତ କରୁଛି । ସଠିକ୍ ଭାବେ ତଦନ୍ତ କରି ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେଇ ରାଜଧାନୀ ର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି। ଏହି ବିକ୍ଷୋଭରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫ୍ଲୁଲ ଯେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ବନ୍ତ ବ୍ଲକ୍ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟ ସାଦନ ବେଜ, ବିଜୁ ଯୁବ ଜନତା ଦଳର ରାଜ୍ୟ ସହ ସମ୍ପାଦକ ଲାଲା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.